ରୋବୋଟିକ୍ସ କର୍ମଶାଳା
ବ୍ରହ୍ମପୁର, (ରାଜେନ୍ଦ୍ର.ସାହୁ):- ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଇ ଟି ସି ବିଭାଗ ତରଫରୁ ଆଧୁନିକ ଯୁଗରେ ରୋବୋଟିକ୍ସ କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଭାଗ ସଂଯୋଜକ ରଶ୍ମି ରାଜ ପାଳଙ୍କ ଅଧ୍ୟକ୍ଷତାରେ ଏହା ପରିଚାଳିତ ହୋଇଥିଲା । କଟକ ସ୍ଥିତ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ , ରୋବୋଟିକ୍ସ ଓ ଅଟୋମେସନ୍ ବିଭାଗ ର ସଂଯୋଜକ ତଥା ମୁଖ୍ୟ ବକ୍ତା ଡ ଜ୍ଞାନ ରଞ୍ଜନ ପାଣିଗ୍ରାହୀ ଓ ସହଯୋଗୀ ଲୋକେଶ୍ ପାତ୍ର ଏବଂ ରୁଦ୍ର ନାରାୟଣ ବେହେରା ରୋବଟ୍ର ନମୁନା ଗୁଡିକର କାର୍ଯ୍ୟଶୈଳୀ ଓ ନିର୍ମାଣ ସମ୍ବନ୍ଧୀୟ ତଥ୍ଯ ଉପସ୍ଥାପନ କରିଥିଲେ ।

କାର୍ଯ୍ୟକ୍ରମରେ କୋର୍ସ ସଂଯୋଜକ ଡ ବିଭୂତି ବାରିକ, ବିଭାଗ ମୁଖ୍ୟ ବିଶ୍ଵଜିତ ସାହୁ ବକ୍ତବ୍ୟ ରଖିଥିଲେ । ଇ ଟି ସି ଛାତ୍ର ଛାତ୍ରୀ କର୍ମଶାଳାରେ ଭାଗ ନେଇଥିଲେ । ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ରଞ୍ଜନ ସାହୁ, ରାମ ଚନ୍ଦ୍ର ସ୍ଵାଇଁ,ସୁନୀଲ ସମାନ୍ତରlୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।