+୨ ବିଜ୍ଞାନ ପରୀକ୍ଷା ଆରମ୍ଭ, ୩ଟି କେନ୍ଦ୍ରରେ ୨୭୬ ପରୀକ୍ଷାର୍ଥୀ

+୨ ବିଜ୍ଞାନ ପରୀକ୍ଷା ଆରମ୍ଭ, ୩ଟି କେନ୍ଦ୍ରରେ ୨୭୬ ପରୀକ୍ଷାର୍ଥୀ

ବୁଗୁଡ଼ା, (ସୋରେନ କୁମାର ପ୍ରଧାନ):- ଆଜି +୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୭୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାଯାଇଛି । ବୁଗୁଡ଼ା ପିପୁଲ୍ସ କଲେଜ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ଆତ୍ମ ପ୍ରକାଶ ନାୟକଙ୍କ ତତ୍ତ୍ଵାବଧାନରେ ୧୫୦ ଜଣ , ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ସରୋଜ କାନ୍ତ ଦାସଙ୍କ ତତ୍ତ୍ବାବଧାନରେ ୬୫ ଜଣ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ବାଲିପଦର ଏଚ୍ଏସ୍ଏସ୍ କେନ୍ଦ୍ରରେ ୧ ଜଣ ଏବଂ ମାଣିତରା ଏଚ୍ଏସ୍ଏସ୍ କେନ୍ଦ୍ରରେ ୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାଯାଇଛି। କପିକୁ ରୋକିବା ପାଇଁ ପରୀକ୍ଷାର୍ଥୀଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଇଥିବା ବେଳେ ଉକ୍ତ ୩ଟି କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପ୍ରଥମ ଦିନର ପରୀକ୍ଷା ସମ୍ପନ୍ନ ହୋଇଛି ।

+୨ ବିଜ୍ଞାନ ପରୀକ୍ଷା ଆରମ୍ଭ, ୩ଟି କେନ୍ଦ୍ରରେ ୨୭୬ ପରୀକ୍ଷାର୍ଥୀ

ଅନ୍ୟପକ୍ଷରେ ,ପିପୁଲ୍ସ କଲେଜ ହବ୍ ସେଣ୍ଟର ହୋଇଥିବାରୁ ସେଠାରେ ସଶସ୍ତ୍ର ପୋଲିସ୍ ପ୍ରହରା ସହ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିଥିବା ବେଳେ ସୁପରଭାଇଜର ଦାୟିତ୍ବରେ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଏବଂ ଡେପୁଟି ସୁପରଭାଇଜର ଦାୟିତ୍ଵରେ ଅଧ୍ଯାପକ ଡ.ଜୟରାମ ବିଷୋୟୀ ରହିଥିବା ଜଣାଯାଇଛି।

You might also like
error: Content is protected !!