ଚନ୍ଦ୍ରପୁର ବ୍ଲକରେ +୨ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ

ଚନ୍ଦ୍ରପୁର ବ୍ଲକରେ +୨ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ) :- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଚନ୍ଦ୍ରପୁର ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ +୨ ବିଜ୍ଞାନ ପରୀକ୍ଷା-୨୦୨୫ପ୍ରଥମ ଦିବସରେ ମାତୃଭାଷା ଓଡ଼ିଆ ବିଷୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ଶ୍ରୀ କେଶବ ବେହେରା ମଣ୍ଡଳ ସେଣ୍ଟର ସୁପରଡେଣ୍ଟ ଥିଲା ବେଳେ ଶ୍ରୀ ଗଦାଧର ବେହେରା ସହକାରୀ ସୁପରଡେଣ୍ଟ ଥିଲେ। ଏହି ପରୀକ୍ଷା କେନ୍ଦ୍ରରେ ୬୮ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜିକରଣ କରିଥିଲା ବେଳେ ୬୫ ଜଣ ପରୀକ୍ଷା ଦେଇଥିଲେ।୩ ଜଣ ଅନୁପସ୍ଥିତ ଥିଲେ।ସେହିପରି ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ରଞ୍ଜିତ କୁମାର ପ୍ରଧାନ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ପରୀକ୍ଷା କେନ୍ଦ୍ରରେ ୫୮ ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜିକରଣ କରିଥିଲା ବେଳେ ୫୭ ଜଣ ପରୀକ୍ଷା ଦେଇଥିଲେ। ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।ଚନ୍ଦ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର ସେଣ୍ଟର ପରିଦର୍ଶନ କରିଥିବାବେଳେ ବେଳେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଉମାକାନ୍ତ ମିଶାଲ ସହଯୋଗ ଭାର ଗ୍ରହଣ କରିଥିଲେ। ପୋଲିସ କର୍ମଚାରୀଙ୍କ ଦ୍ୱାରା ଶୃଙ୍ଖଳା ରକ୍ଷା କରାଯାଇଥିଲା ବେଳେ ଚନ୍ଦ୍ରପୁର ତହସିଲ ଦାର ଶ୍ରୀ ଭାସ୍କର ଚନ୍ଦ୍ର ସାହୁ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିଲେ । ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ପରିଚାଳିତ ହୋଇଯାଇଛି।

You might also like
error: Content is protected !!