କଣ୍ଟିଲୋକୁ ଐତିହ ମାନ୍ୟତା ମିଳିବ – ମୁଖ୍ୟମନ୍ତ୍ରୀ
ନୟାଗଡ, (ପ୍ରଭାକର ଶିରୋମଣି):- ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠକୁ ଐତିହ୍ୟ ଗ୍ରାମର ମାନ୍ୟତା ମିଳିଵ ବୋଲି ମାନ୍ୟବର ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ଗତ ସୋମବାର ଦିନ ବିଧାନ ସଭାରେ ଏହି ଘୋଷଣା କରିଛନ୍ତି । ଘୋଷଣା ପରେ କଣ୍ଟିଲୋ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି । କଣ୍ଟିଲୋ ଗ୍ରାମ ଶ୍ରୀଜଗନ୍ନାଥ ଙ୍କ ଆଦିପୀଠ ଭାବେ ପରିଚିତ ହେବା ସହ କଂସା ପିତ୍ତଳ ଶିଳ୍ପ ପାଇଁ ମଧ୍ୟ ବେଶ ପ୍ରସିଦ୍ଧ। ଏଠାରେ ପାରମ୍ପରିକ ପଦ୍ଧତି ରେ ନିର୍ମାଣ ହେଉଥିବା ଉତ୍ତମ ଗୁଣବତ୍ତା ସମ୍ପନ୍ନ କଂସା ପିତ୍ତଳ ସାମଗ୍ରୀ ର ସ୍ୱତନ୍ତ୍ରତା ପାଇଁ ରାଜ୍ୟ ତଥା ଦେଶ ବିଦେଶ ରେ ପ୍ରସିଦ୍ଧି ହାସଲ କରିଛି। କାଳ କ୍ରମେ ଲୋପ ପାଇବାକୁ ବସିଥିବା ଏହି ଶିଳ୍ପ ର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । କଣ୍ଟିଲୋକୁ ଐତିହ୍ୟ ଗ୍ରାମ ରୂପେ ଘୋଷଣା କରାଯାଇଛି ।

ଏଥି ସହିତ ପର୍ଯ୍ୟଟନ କ୍ଷେତ୍ର ନୀଳମାଧଵ ପୀଠ ଭିତ୍ତିଭୂମି ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯିବା ପାଇଁ ଘୋଷଣା କରିଛନ୍ତି ଏବଂ ଖଣ୍ଡପଡା ଠାରେ ବିଶ୍ୱ ବିଖ୍ୟାତ ପଠାଣି ସାମନ୍ତଙ୍କ ନାମରେ ତାଙ୍କ ଜନ୍ମ ମାଟି ଖଣ୍ଡପଡା ଠାରେ ଏକ ପ୍ଲାନେଟୋରିଅମ ପ୍ରତିଷ୍ଠା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି । ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ଙ୍କ ଉଦ୍ୟମ ରେ କଣ୍ଟିଲୋ ମାଘ ମେଳା ମହୋତ୍ସବ ଓ ଖଣ୍ଡପଡାରେ ଦୁଇ ଦୁଇଟି ମହୋତ୍ସବକୁ ବହୁ ବିଭାଗୀୟ ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କୁ ନିମନ୍ତ୍ରଣ କରିବା.. ସହିତ କଂସା ବାସନ ଶିଳ୍ପର ସମସ୍ୟା ବୁଝାଇ ଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ । ତେଣୁ ଏହି ଖବର ପ୍ରକାଶ ପାଇବା ପରେ ଖଣ୍ଡପଡା ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଖଣ୍ଡପଡା ମାନ୍ୟବର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କୁ ସାଧାରଣ ଜନତା ଅଭିନନ୍ଦନ ସହ କୃତଜ୍ଞତା ଜଣାଇଛନ୍ତି l