ଜ଼ିଲ୍ଲା ନାଗରିକ କମିଟି ପକ୍ଷରୁ ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ
ବାଲିଗୁଡା(ସୁକାନ୍ତ କୁମଇ ତ୍ରିପାଠୀ)ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ ନମ୍ବର 2, 5, 6, 7 ରେ ମଶାଣୀ ଜମି ଚି଼ହ୍ନଟ ହୋଇ ନଥିବାରୁ ଦିନ କୁ ଦିନ ଜମି ମାଫିଆ ଜମି ଦଖଲ କରୁଥିବା ରୁ ମଶାଣୀ ଜମି ସଂକୁଚିତ ହେଉଛି l ମସାଣି ଘର ଆଲୋକ ପାଣି ବ୍ୟବସ୍ଥା ନ ଥିବାରୁ ୱାର୍ଡବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ସେହିଭଳି ବାଲିଗୁଡା ର ବାସିନ୍ଦା ପୁରୁଷନୁକ୍ରମେ ପାରମ୍ପରିକ ଚାଷ କରି ଆସୁଥିଲେ ମଧ୍ୟ ପ୍ରଶାସନ ର ଶିଥିଳତା ଯୋଗୁଁ ବହୁ ଲୋକେ ଜଙ୍ଗଲ ଜମି ପଟ୍ଟା ପାଇବା ରେ ବିଳମ୍ବ ହେଉଛି l ଉଚ୍ଚ ନ୍ୟାୟଳ ଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟ ଲୋକ ଙ୍କୁ ଅଦ୍ୟାବଧି ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଆଯାଇ ନାହିଁ l ତୁରନ୍ତ ବାଲିଗୁଡା ର ବିଭିନ୍ନ ୱାର୍ଡ ରେ ମଶାଣୀ ଜମି ଚି଼ହ୍ନଟ ସହ ଆନୁସାଙ୍ଗିକ ବ୍ୟବସ୍ଥା କରିବା ସହିତ ଲୋକ ଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବାକୁ ଜ଼ିଲ୍ଲା ନାଗରିକ କମିଟି ର ବାଲିଗୁଡା ବ୍ଲକ ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଭେଟି ଦାବୀପତ୍ର ଦେଇଥିବା ଜଣା ପଡିଛି l