ପlଟ୍ଟଖଣ୍ଡା ମନ୍ଦିର ନିର୍ମାଣ ପାଇଁ ସାଂସଦ ଙ୍କୁ ଦାବୀ ପତ୍ରଦେଲେ କିରିକୁଟି ଗ୍ରାମବାସୀ

ବାଲିଗୁଡା (ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ଉପଖଣ୍ଡ ର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଙ୍କ ମନ୍ଦିର ଆଜି ବି ଅବହେଳିତ ଅବସ୍ଥାରେ l ଏନେଇ କିରିକୁଟି ଗ୍ରାମବାସୀ ପୂର୍ବ ସରକାର ଅମଳ ରେ ବହୁବାର ଦାବୀ ସ୍ୱତ୍ତେ କୌଣସି କାର୍ଯ୍ୟ ହୋଇ ନ ଥିଲା l ମଙ୍ଗଳବାର ଦିନ କିରିକୁଟି ଗ୍ରାମ ର ଶ୍ରୀଚନ୍ଦ୍ର ଦଣ୍ଡସେନା ଙ୍କ ନେତୃତ୍ୱ ରେ ବାଲିଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ କନ୍ଧମାଳ ର ମାନ୍ୟବର ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଭେଟି ପାଟ୍ଟଖଣ୍ଡା ମନ୍ଦିର ନିର୍ମାଣ ପାଇଁ ଦାବୀ ପତ୍ର ଦେଇଥିବା ଜଣା ପଡିଛି l ମାନ୍ୟବର କନ୍ଧମାଳ ସାଂସଦ ମଧ୍ୟ ପ୍ରତିଶୃତି ଦେଇ ଛନ୍ତି ଗ୍ରାମବାସୀ ଙ୍କୁ ଲୋକ ଙ୍କ ସରକାର ମୋହନ ସରକାର ଙ୍କ ଉପରେ ଗ୍ରାମବାସୀ ଙ୍କ ଭରସା ରହିଛି l ଗ୍ରାମବାସୀ ଙ୍କ ଦାବୀ ଖୁବ ଶୀଘ୍ର ପୂରଣ ହେବ ବୋଲି ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି l

You might also like
error: Content is protected !!