“ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିର ପଛପଟ ଦର୍ଶନ କରନ୍ତୁ ନାହିଁ “

ଆମର ପୂଜାପାଠ ସହିତ ଜଡିତ ଅନେକ ରୀତିନୀତି ଅଛି । ସ୍ନାନ କରିବା ପରେ ପରିଷ୍କାର ପରିଚ୍ଛନ୍ନ ହୋଇ ଶୁଦ୍ଧ ବସ୍ତ୍ର ପରିଧାନ କରି ମନ୍ଦିରକୁ ଯିବାର ବିଧାନ ରହିଛି । ଏପରି ଏକ ନିୟମ ମଧ୍ୟ ହେଉଛି ଭଗବାନ ଶ୍ରୀ କୃଷ୍ଣଙ୍କ ପଛ ପଟରୁ ପିଠିର ଦର୍ଶନ ନକରିବା । ତେଣୁ, ଯେତେବେଳେ ତୁମେ ଭଗବାନ ଶ୍ରୀ କୃଷ୍ଣଙ୍କ ମନ୍ଦିରକୁ ଯାଅ, ମନେରଖ ଯେ ତୁମେ ଭଗବାନ କୃଷ୍ଣଙ୍କ ମୂର୍ତ୍ତିର ପଛପଟକୁ ଦେଖିବା ଉଚିତ୍ ନୁହେଁ ।
ବାସ୍ତବରେ, ଭଗବାନ ଶ୍ରୀକୃଷ୍ଣ ଙ୍କ ପୀଠର ଦର୍ଶନ ନକରିବା ବିଷୟରେ ଏକ ଲୋକପ୍ରିୟ କଥା ପ୍ରଚଳିତ ଅଛି। ଯେତେବେଳେ ଶ୍ରୀକୃଷ୍ଣ ଜରାସନ୍ଧ ସହ ଲଢେଇ କରୁଥିଲେ, ସେତେବେଳେ ଜରାସନ୍ଧର ଜଣେ ସାଥୀ ଅସୁର କାଳଯବନ ମଧ୍ୟ ପ୍ରଭୁଙ୍କ ସହ ଯୁଦ୍ଧ କରିବାକୁ ଆସି ପହଞ୍ଚିଲା। କାଳଯବନ ଶ୍ରୀକୃଷ୍ଣଙ୍କ ଆଗରେ ପହଞ୍ଚି ତାଙ୍କୁ ଯୁଦ୍ଧ କରିବାକୁ ଆହ୍ୱାନ କରିବାକୁ ଲାଗିଲା, ଏହାଦେଖି ଶ୍ରୀକୃଷ୍ଣ ସେଠାରୁ ପଳାୟନ କଲେ। ଶ୍ରୀକୃଷ୍ଣ ପଳାଉଥିବା ଦେଖି କାଳଯୌବନ ମଧ୍ୟ ତାଙ୍କ ପଛରରେ ଅନୁସରଣ କରିବାକୁ ଲାଗିଲା।
ଏହିପରି ଭାବରେ ପ୍ରଭୁ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିଲେ କାରଣ କାଳଯୌବନ ପୂର୍ବ ଜନ୍ମରେ ବହୁତ ଅଧିକ ପୁଣ୍ୟ କରିଥିଲା ଏବଂ ଶ୍ରୀ କୃଷ୍ଣ କାହାକୁ ଦଣ୍ଡ ଦିଅନ୍ତି ନାହିଁ ଯେପର୍ଯ୍ୟନ୍ତ ପୁଣ୍ୟର ଶକ୍ତି ରହିଥାଏ । ଶ୍ରୀକୃଷ୍ଣ ପଳାୟନ କରୁଥିବା ବେଳେ ତାଙ୍କ ପଛପଟ ପିଠି ଦେଖି କାଳଯୌବନ ଦୌଡୁଥିଲା ଏବଂ ଏହିପରି ଭାବରେ ତାର ଅଧର୍ମ ବଢ଼ିବାକୁ ଲାଗିଲା କାରଣ ପ୍ରଭୁ ଶ୍ରୀ କୃଷ୍ଣଙ୍କ ପଛପଟେ ଅଧର୍ମର ବାସ ରହିଥାଏ ଏବଂ ତାଙ୍କୁ ଦର୍ଶନ କଲେ ଅଧର୍ମ ବଢ଼ିଥାଏ । ଯେତେବେଳେ କାଳଯବନ ପୁଣ୍ୟର ପ୍ରଭାବ ସମାପ୍ତ ହେଲା, ସେତେବେଳେ ଶ୍ରୀକୃଷ୍ଣ ଏକ ଗୁମ୍ଫା ଭିତରକୁ ଚାଲିଗଲେ । ଯେଉଁଠାରେ ମୁଚୁକୁନ୍ଦ ନାମକ ଜଣେ ରାଜା ଶୋଇଥିଲେ। ମୁଚୁକୁନ୍ଦ ଦେବରାଜ ଇନ୍ଦ୍ରଙ୍କ ଦ୍ୱାରା ବରପ୍ରାପ୍ତ ହେଇଥିଲା ଯିଏ ତାଙ୍କୁ ନିଦ୍ରାରୁ ଜାଗ୍ରତ କରିବ ତାଙ୍କୁ ଦେଖିବା ମାତ୍ରେ ସେ ପାଉଁଶ ହୋଇଯିବ। କାଳଯୌବନ ମୁଚୁକୁନ୍ଦକୁ କୃଷ୍ଣ ବୋଲି ଭାବି ନିଦରୁ ଉଠାଇ ଦେଲା ଏବଂ ରାଜା ମୁଚୁକୁନ୍ଦଙ୍କ ଦୃଷ୍ଟି ପଡ଼ିବା ମାତ୍ରେ ଅସୁର କାଳଯୌବନ ଭସ୍ମ ହୋଇଗଲା।
ତେଣୁ, ଆମେ ଭଗବାନ ଶ୍ରୀ ହରିଙ୍କ ପିଠି ଦର୍ଶନ କରିବା ଉଚିତ୍ ନୁହେଁ କାରଣ ଏହା ଆମର ପୁଣ୍ୟ କାର୍ଯ୍ୟର ପ୍ରଭାବକୁ ହ୍ରାସ କରିଥାଏ ଏବଂ ଅଧର୍ମ ବଢାଇଥାଏ । ଶ୍ରୀ କୃଷ୍ଣଙ୍କୁ କେବଳ ତାଙ୍କ ସମ୍ମୁଖ ଭାଗରୁ ହିଁ ଦେଖି ଦର୍ଶନ କର। ଯଦି ଭୁଲରେ ଜଣେ କେହି ଶ୍ରୀ କୃଷ୍ଣ ଙ୍କ ପିଠି ଦେଖେ ତେବେ ଭଗବାନଙ୍କଠାରୁ କ୍ଷମା ପ୍ରାର୍ଥନା କରିବା ଉଚିତ୍ । ଶାସ୍ତ୍ର ଅନୁଯାୟୀ, ଏହି ପାପରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରାୟଣ ବ୍ରତ ପାଳନ କରିବା ବିଧେୟ ଅଛି।
ଜୟ ଶ୍ରୀ ରାଧେକୃଷ୍ଣ । ।