ଭୁଲରେ ବି ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ…..

ନମସ୍କାର ବନ୍ଧୁଗଣ, ନିଜ ଜୀବନକୁ ସୂଚାରୁ ରୂପେ ଚଲାଇବା ପାଇଁ ବା ଜୀବନକୁ ହସ ଖୁସିରେ ଭରିବା ପାଇଁ କିଛି ନୀତି ନିୟମର ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ । ଆମ ହିନ୍ଦୁ ଧର୍ମରେ ନୀତି ନିୟମ ଅନୁଯାୟୀ ହିଁ ଜୀବନ ଆଧାରିତ । ନୀତି ନିୟମର ପାଳନ ନକରିବାର କିଛି କୁପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ଯାହା ଆମେ ଜାଣି ପାରିନଥାଉ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ସନ୍ଧ୍ୟା ସମୟରେ କେଉଁ କାର୍ଯ୍ୟ କରିବା ସମ୍ପୂର୍ଣ ଭାବରେ ନିଷେଧ ଅଟେ ।

ପ୍ରଥମ: ସନ୍ଧ୍ୟା ସମୟରେ କେବେ ମଧ୍ୟ ଭୋଜନ କରିବା ଉଚିତ ହୋଇନଥାଏ । ଯଦି ଆପଣ ନମାନି ଭୋଜନ କରନ୍ତି ତେବେ ଭୋଜନ କରୁଥିବା ବ୍ୟକ୍ତିଙ୍କର ବହୁତ ବଡ ଅନିଷ୍ଟ ହୋଇଥାଏ । ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ ।

ଦିତୀୟ: ଧ୍ୟାନ ରଖିବେ ସନ୍ଧ୍ୟା ସମୟରେ ଝାଡୁ କରିବା ଉଚିତ ହୋଇନଥାଏ । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି । ତେଣୁ ଆପଣ ସନ୍ଧ୍ୟା ପୂର୍ବରୁ ଏହି ସବୁ କାର୍ଯ୍ୟ ସାରିଦେବା ଉଚିତ ।

ତୃତୀୟ: ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ସମୟରେ ,ଦେବା ଦେବୀ ମାନେ ଧରାବତରଣ କରିଥାନ୍ତି । ଏହି ସମୟରେ ତାଙ୍କ ଆଳତି ହୋଇଥାଏ । ତେଣୁ ଆପଣ କେବେ ଭୁଲରେ ମଧ୍ୟ ଏହି ସମୟରେ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ । ନଚେତ ଭଗବାନ ଆପଣଙ୍କ ଘର ଉପରେ କୋପ ଦୃଷ୍ଟି ରଖିଥାନ୍ତି । ଏଥିପାଇଁ ଆପଣଙ୍କ ଘରେ ସବୁବେଳେ ଦାରିଦ୍ରତା ଲାଗିରହିଥାଏ ।

ଚତୁର୍ଥ: ଆପଣ ସନ୍ଧ୍ୟା ସମୟରେ ଶୋଇବା ଅନୁଚିତ । ଏହାକୁ ବହୁତ ବଡ ଅଶୁଭ ମନା ଯାଇଥାଏ । ପୂଜା ଅର୍ଚନା କରିବା ସମୟରେ ଯଦି ଆପଣ ଶୋଇ ରହିବେ ତେବେ ଆପଣ ନର୍କ ଯନ୍ତ୍ରଣାର ଭାଗୀ ହେବେ । ସନ୍ଧ୍ୟା ସମୟରେ ଆପଣ ଶୋଇ ରହିଲେ ଅନେକ ପ୍ରକାରର ରୋଗ ବ୍ୟାଧି ଦେଖା ଦେଇଥାଏ ।
ପେଟ ରୋଗ ସହ ଶରୀରରେ ଚର୍ବି ବଢିବାର ଆଶଙ୍କା ରହିଥାଏ । ତେଣୁ ଆପଣ ଏହିସବୁ କଥାକୁ ଧ୍ୟାନରେ ରଖି କେବେ ମଧ୍ୟ ସନ୍ଧ୍ୟା ସମୟରେ ସୁଅନ୍ତୁ ନାହିଁ ।

ପଞ୍ଚମ: ସନ୍ଧ୍ୟା ସମୟରେ ଚଉରା ମୂଳରେ ଦୀପଟିଏ ନିଶ୍ଚୟ ଜାଳନ୍ତୁ । ଏହା ଆପଣଙ୍କ ଘରର ପରିବେଶକୁ ଶୁଭ ରଖିଥାଏ । ଏବଂ ଆପଣଙ୍କ ଘରକୁ ସୁଖ ଶାନ୍ତିର ଆଗମନ ହୋଇଥାଏ ।

ଆପଣ ସନ୍ଧ୍ୟା ସମୟରେ ମାତା ବୃନ୍ଦାବତୀଙ୍କୁ ଛୁଇଁବା ଅନୁଚିତ । ଏହାକୁ ବହୁତ ବଡ ପାପ ବୋଲି ଶାସ୍ତ୍ରରେ ବିବେଚିତ କରାଯାଇଛି । କେବେ ମଧ୍ୟ ସନ୍ଧ୍ୟା ସମୟରେ ଚଉରା ମୂଳରେ ଜଳ ଅର୍ପଣ କରିବେ ନାହିଁ ।

You might also like
error: Content is protected !!