ରମା ଏକାଦଶୀ ପାଳନ କଲେ କି ଫଳ ମିଳେ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ରମା ଏକାଦଶୀ ବା ରମ୍ଭା ଏକାଦଶୀ ର ହିନ୍ଦୁ ଧର୍ମରେ ବହୁତ ମାନ୍ୟତା ରହିଛି। ଏହି ଏକାଦଶୀ ପାଳନ କଲେ ଏ ଜନ୍ମ ର ସମସ୍ତ ପାପ ନଷ୍ଟ ହୋଇଥାଏ ଏବଂ ମୄତ୍ୟୁ ପରେ ବିଷ୍ଣୁ ଲୋକ ପ୍ରାପ୍ତ ହୁଏ ବୋଲି ମାନ୍ୟତା ଅଛି। ରମା ଏକାଦଶୀ ଦିନ ଭଗବାନ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କ ପୂଜନ ମଧ୍ୟ କରାଯାଉଥିବାରୁ ଏହାକୁ ଅତ୍ୟନ୍ତ ପବିତ୍ର କୁହାଯାଏ। ଏହି ପର୍ବ ଧନଦା ତ୍ରୟୋଦଶୀ ର ଦୁଇ ଦିନ ପୂର୍ବରୁ କାର୍ତ୍ତିକ କୄଷ୍ଣ ପକ୍ଷ ଏକାଦଶୀ ଦିନ ପଡେ। ଏହି ଏକାଦଶୀ ପାଳନ କଲେ ବାଜପେୟ ଯଜ୍ଞ ର ଫଳ ମିଳିଥାଏ। ll ରମା ଏକାଦଶୀ ର ପୂଜା ବିଧି ll ରମା ଏକାଦଶୀ ପାଳନ କରୁଥିବା ଭକ୍ତ ଗୋଟିଏ ଦିନ ପୂର୍ବରୁ ନିୟମ ରେ ରହିବାକୁ ପଡ଼ିବ। ଏକାଦଶୀ ଦିନ ସକାଳୁ ଉଠି ସ୍ନାନ କରି ସଫା ଲୁଗା ପିନ୍ଧନ୍ତୁ। ଏହି ବ୍ରତ ନିର୍ଜଳା ଉପବାସ ଅଟେ। ଘରେ ବିଷ୍ଣୁ ପ୍ରତିମା କୁ ସ୍ଥାପନ କରନ୍ତୁ ବିଷ୍ଣୁ ଭଗବାନଙ୍କୁ ତୁଳସୀ, ଫଳ, ଫୁଲ ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ ବିଷ୍ଣୁ ଆରତୀ କରି ଘରର ସମସ୍ତଙ୍କୁ ପ୍ରସାଦ ଦିଅନ୍ତୁ। ଏହି ଦିନ ସୁନ୍ଦରା କାଣ୍ଡ ମଧ୍ୟ କରାଯାଏ।ରାତିରେ ଜାଗରଣ ରହି ଭଗବାନଙ୍କ ଭଜନ କିର୍ତନ କରାଯାଏ। ଆରଦିନ କୌଣସି ବ୍ରାହ୍ମଣ କିମ୍ବା ଗରିବଙ୍କୁ ଭୋଜନ କରାନ୍ତୁ। ତାପରେ ଅନ୍ନ ଜଳ ଗ୍ରହଣ କରନ୍ତୁ। ll ରମା ଏକାଦଶୀ ବ୍ରତ କଥା ll ପୌରାଣିକ ମାନ୍ୟତା ଅନୁସାରେ ମୁଚକୁନ୍ଦ ନାମକ ଏକ ରାଜା ଥିଲେ। ତାଙ୍କର ଇନ୍ଦ୍ର, ବରୁଣ, କୁବେରଙ୍କ ସହ ମିତ୍ରତା ଥିଲା। ରାଜା ଧର୍ମାନୁପ୍ରୈମୀ ଏବଂ ବିଷ୍ଣୁ ଭକ୍ତ ଥିଲେ। ତାଙ୍କର ଏକ ଝିଅ ଥିଲେ ଯାହାର ନାମ ଚନ୍ଦ୍ରଭାଗା। ଚନ୍ଦ୍ରଭାଗା ର ବିବାହ ଚନ୍ଦ୍ରସେନ ରାଜା ଙା ପୁଅ ଶୋଭନ କୁମାର ସହ ହେଲା। ଦିନେ ଶୋଭନ ଶ୍ବଶୁର ଘରକୁ ଆସିଥିଲେ। ସେହି ଦିନ ରମା ଏକାଦଶୀ ଥିଲା। ସେହି ରାଜ୍ୟରେ ସମସ୍ତେ ଏକାଦଶୀ ବ୍ରତ କରନ୍ତି। ତେଣୁ ରାଜ୍ୟରେ କିଏବି ଖାଦ୍ୟ ଗ୍ରହଣ କରିବାକୁ ବାରଣ ଥିଲା। କିନ୍ତୁ ଶୋଭନ ବିନା ଖାଦ୍ୟ ରେ ରହିପାରିବ ନାହିଁ ବୋଲି କହିଲେ ଏବଂ ଖାଦ୍ୟ ବିନା ପ୍ରାଇ ରହିବ ନାହିଁ ବୋଲି ଚନ୍ଦ୍ରଭାଗା କୁ କହିଲେ। କିନ୍ତୁ ଚନ୍ଦ୍ରଭାଗା କହିଲେ- ଆମ ରାଜ୍ୟରେ ଆଜି କୌଣସି ଲୋକ ଭୋଜନ କରନ୍ତି ନାହିଁ। ଆଜି ସମସ୍ତେ ରମା ଏକାଦଶୀ ପାଳନ କରନ୍ତି। ଏହା ଶୁଣି ଶୋଭନ କହିଲେ ମୁଁ ମଧ୍ୟ ବ୍ରତ କରିବି। ଭାଗ୍ୟରେ ଯାହା ଥିବ ତାହା ହେବ।ଏପରି ଭାବି ରାଜକୁମାର ବ୍ରତ ଆରମ୍ଭ କଲେ। କିନ୍ତୁ ନିର୍ଜଳା ଉପବାସରେ ରହି ନପାରି ନିଜର ପ୍ରାଣ ତ୍ୟାଗ କଲେ। ରାଜକୁମାର ଙ୍କ ଅନ୍ତ୍ୟେଷ୍ଟି ପରେ ଚନ୍ଦ୍ରଭାଗା ନିଜ ପିତା ଘରେ ରହିଲେ। ସେପଟେ ଶୋଭନ କୁମାର କୁ ରମା ଏକାଦଶୀ ର ପୁଣ୍ୟ ରେ ଏକ ନୂତନ ସୁନ୍ଦର ଦେବପୂର ପ୍ରାପ୍ତ ହେଲା। ସେଠାରେ ସେ ସ୍ବର୍ଗ ସୁଖ ପ୍ରାପ୍ତ କଲେ। କିଛି ଦିନ ପରେ ସେଠାକୁ ଏକ ବ୍ରାହ୍ମଣ ଆସିଲେ। ସେ ଶୋଭନ କୁମାର କୁ ଚିହ୍ନି ପାରିଲେ। ବ୍ରାହ୍ମଣ ଙ୍କ ପ୍ରଶ୍ନ ପରେ ନିଜର ପୂର୍ବ ଜନ୍ମ ବୄତାନ୍ତ କହିଲେ। କିନ୍ତୁ ମୁଁ ଶ୍ରଦ୍ଧା ରହିତ ହୋଇ କରିଥିବାରୁ ଏହା ଚିରସ୍ଥାୟି ନୁହେଁ ବୋଲି କହିଲେ। ଯଦି ଆପଣ ଏ କଥା ଚନ୍ଦ୍ରଭାଗା କୁ କହିବେ ତେବେ ଏହି ସ୍ବର୍ଗ ବାସ ଚିରସ୍ଥାୟି ହେବ। ବ୍ରାହ୍ମଣ ନିଜ ରାଜ୍ୟ କୁ ପ୍ରତ୍ୟାବର୍ତ୍ତନ କରି ଚନ୍ଦ୍ରଭାଗା କୁ ସବୁ କହିଲେ। ଏହାଶୁଣି ଚନ୍ଦ୍ରଭାଗା ନିଜର ପତି ପାଖକୁ ଜିବାକଙ ମନ ବଳାଇଲେ। ନିଜର କୂଳ ପୁରୋହିତ ଙ୍କୁ ଡ଼କାଇ ଅଭିଶେକ କରାଇଲେ ଏବଂ ଦିବ୍ୟ ଶରୀର ପ୍ରାପ୍ତ କଲେ। ଏହାପରେ ଦିବ୍ୟ ଶରୀର ରେ ନିଜର ପତିଦେବ ଙ୍କୁ ପାଇ ଅତି ଆନନ୍ଦରେ ସ୍ବରଗ ସୁଖ ଭୋଗ କଲେ।

Smart Computer Ad
You might also like
error: Content is protected !!