ଏପ୍ରିଲରୁ ବଢ଼ିପାରେ ବିଜୁଳି ଦର… !

ଭୁବନେଶ୍ୱର,(ଏସ.ଏମ.ପି):- ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀର ପ୍ରସ୍ତାବ ଉପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଶୁଣାଣି କରିବେ । ଏହା ଆସନ୍ତା ୧୭ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗୁଡ଼ିକର ଯୁକ୍ତିକୁ ଯଦି ଓଇଆରସି ଗ୍ରହଣ କରନ୍ତି ତାହାହେଲେ ଆସନ୍ତା ଏପ୍ରିଲରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ ।

ଲଗାତାର ତିନିବର୍ଷ ହେଲା ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ିନାହିଁ । ୨ ବର୍ଷ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଥିବାବେଳେ ଗତବର୍ଷ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ ଖୁଚୁରା ଯୋଗାଣ ଦେୟ ୟୁନିଟ ପିଛା ୧୦ ପଇସା ହ୍ରାସ କରାଯାଇଥିଲା।ବର୍ତ୍ତମାନ ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା, ୨୦୦ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ୫ ଟଙ୍କା ୭୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ କ୍ଷେତ୍ରରେ ୟୁନିଟ୍ ପିଛା ୬ ଟଙ୍କା ୧୦ ପଇସା ରହିଛି। ବିଦ୍ୟୁତ୍ ଦର ବଢ଼ାଇବାକୁ କେତେକ କମ୍ପାନୀ ପ୍ରସ୍ତାବ ରଖିଥିବା ସୂଚନା ମିଳିଛି ।

Smart Computer Ad
You might also like
error: Content is protected !!