ମାଘମେଳା ମହୋତ୍ସବ:  ହ୍ୟୁମାନ ସାଗର ଗୀତରେ ଝୁମିଲେ ଦର୍ଶକ 

ନୟାଗଡ ( ପ୍ରଭାକର ଶିରୋମଣି ) :- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠରେ ଚାଲିଥିବା ମାଘମେଳା ମହୋତ୍ସବର ବୁଧବାର ୪ର୍ଥ ସନ୍ଧ୍ୟାରେ ଓଡିଶା ପ୍ରସିଦ୍ଧ  ବିଶିଷ୍ଟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଓ ଗ୍ରୁପ ପରିବେଷଣ କରିଥିବା ବିଭିନ୍ନ କାର୍ଯ୍ୟ କ୍ରମରେ ଦର୍ଶକ ମାନେ ଭାବବିହ୍ଵଳ ହୋଇ ମଞ୍ଚ ତଳେ ନୃତ୍ୟ କରି ହଜାର ହଜାର ଲୋକଙ୍କ ମନକୁ କିଣି ନେଇଥିଲେ ।
            ଏହି ଅବସରରେ ଆୟୋଜିତ ଏକ ସଭା ମେଳା କମିଟି କାର୍ଯ୍ୟକାରୀ ସଭାପତି ପ୍ରଭାକର ଶିରୋମଣି ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଥିଲାବେଳେ କଣ୍ଟାବାଞ୍ଝର ମାନ୍ୟବର ବିଧାୟକ ଶ୍ରୀ ଲକ୍ଷ୍ମଣ ଵାଗ, ମୁଖ୍ୟବକ୍ତା ବିଶିଷ୍ଟ ଅତିଥି ଭାବେ ମହାକାଳପଡା ବିଧାୟକ ମାନ୍ୟବର ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟ ଅତିଥି ଭାବେ ବିଜେପିର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ମାନ୍ୟବର ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗ ଦେଇ ନୀଳମାଧଵ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରି ମହୋତ୍ସବର ସଫଳତା କାମନା କରିଥିଲେ । ମହୋତ୍ସବ କମିଟି ଅଧ୍ୟକ୍ଷ ମାନ୍ୟବର ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇ ମାନ୍ୟବର ବିଧାୟକ ମାନଙ୍କୁ ସ୍ୱାଗତ କରିବା ସହିତ ଉପସ୍ଥିତ ଦର୍ଶକ ମାନଙ୍କୁ ଉଦବୋଧନ ଦେଇଥିଲେ ।

ମାଘମେଳା ମହୋତ୍ସବ:  ହ୍ୟୁମାନ ସାଗର ଗୀତରେ ଝୁମିଲେ ଦର୍ଶକ 

ସୂଚନା ଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଶ୍ରୀ ନୀଳମାଧବ ଜୀଉଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ଉପ ଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦାର ଓ  ସମ୍ମାନିତ ଅତିଥିଭାବେ ଖଣ୍ଡପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପମା ବେହେରା ଓ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାବିତ୍ରୀ ପ୍ରଧାନ, କଣ୍ଟିଲୋ ସରପଞ୍ଚ ଶ୍ରୀୟାରାଣୀ ବେହେରା ଓ ସମିତି ସଭ୍ୟା ଶିଖା ରାଣୀ ବେହେରା ଯୋଗ ଦେଇ ମଞ୍ଚରେ ଉପବିଷ୍ଠ ଶ୍ରୀ ନୀଳମାଧଵ ଜୀଉଙ୍କ ପ୍ରତିମୂର୍ତ୍ତି ଧୂପ ଦୀପ ଅର୍ପଣ କରି  ମଞ୍ଚାସୀନ ହୋଇ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଶେଷରେ ସରପଞ୍ଚା ଶ୍ରୀମତୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କମିଟି ସମ୍ପାଦକ ସିଦ୍ଧାର୍ଥ କୁମାର ମହାପାତ୍ର ଅତିଥି ପରିଚୟ ଦେଇଥିଲେ ।

Smart Computer Ad
You might also like
error: Content is protected !!