ଚିକିତ୍ସା କରିବା ସତ୍ତ୍ୱେ ରୋଗ ଭଲ ହେଲା ନାହିଁ, ଶେଷରେ ବିଷ ପିଇ ଆତ୍ମହତ୍ୟା କରିଦେଲେ

ଆର. ଉଦ଼ୟଗିରି ୧୨।୨( ମନୋଜ କୁମାର ପାଢୀ) :- ରୋଗ ଭଲ ନ ହେବାରୁ ବିଷ ପିଇ ଆତ୍ମହତ୍ୟା । ଗଜପତି ଜିଲା ମୋହନା ଥାନା ମଳାସପଦର ପଞ୍ଚାୟତ ରୁଜାଙ୍ଗି ଗାଁରେ ରୋଗ ଭଲ ନ ହେବାରୁ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତ ଜଣଙ୍କ ହେଲେ ରୁଯାଙ୍ଗି ଗାଁର ଲୋକନାଥ ଗମାଙ୍ଗ । ବୁଧବାର ସକାଳେ ନିକଟସ୍ଥ ଜଙ୍ଗଲରୁ ପରିବାରଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଜିତେନ୍ଦ୍ର ପ୍ରସାଦ ଦାସ ତାଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ, ମୃତ ବ୍ୟକ୍ତିଜଣଙ୍କ ବିଷ ପିଇ ଥିବା ଡାକ୍ତର କହିଥିବା ବେଳେ ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା ପରିବାରଲୋକେ କହିଛନ୍ତି । ସେ ବିଭିନ୍ନ ସ୍ଥାନରେ ଚିକିତ୍ସା କରିବା ସତ୍ତ୍ୱେ ରୋଗ ଭଲ ହୋଇ ନ ଥିଲା । ପରେ ସେ ପୂଜାବିଧି କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ଶେଷରେ ନିରାଶ ହୋଇ ବୁଧବାର ସେ ବିଷ ପିଇ ଆତ୍ମ ହତ୍ୟା କରିଥିବା ଗ୍ରାମବାସୀ ସତ୍ୟ ଗମାଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତକରି ବ୍ରହ୍ମପୁର ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୩/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ମୋହନା ଥାନା ପକ୍ଷରୁ ସୂଚନା ମିଳିଛି ।

Smart Computer Ad
You might also like
error: Content is protected !!