ମାଘ ପୁର୍ଣିମା ରେ ଗଙ୍ଗା ମାତା ଙ୍କ ମହାନଦୀ ଆଳତୀ ସମାପନ.
ନୟାଗଡ,(ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୀଳମାଧଵ ପୀଠ କଣ୍ଟିଲୋ ହାଟମୁଣ୍ଡ ପାଟଣା ସ୍ଥିତ ପବିତ୍ର ମହାନଦୀ କୂଳରେ ପ୍ରତିଷ୍ଠିତ ଗଙ୍ଗା ଦେବୀ ଙ୍କ ପୀଠରେ ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ଭଳି ମା ‘ ଗଙ୍ଗା ମାତାଙ୍କ ଆଳତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସନ୍ଧ୍ୟା ସମୟରେ ଶ୍ରୀ ନୀଳମାଧଵ ଙ୍କ ମନ୍ଦିର ରୁ ପ୍ରଜ୍ଜଳିତ ପ୍ରଦୀପ ସଂକୀର୍ତ୍ତନ ସହିତ ଆସିବା ପରେ ଗଙ୍ଗା ମାତାଙ୍କୁ ଆଳତୀ କରାଯିବା ସଙ୍ଗେ ସଙ୍ଗେ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ହାତରେ ଦୀପ ଧରି ଗଙ୍ଗା ସ୍ୱରୂପ ପୁଣ୍ୟତୋୟା ମହାନଦୀ ମାତାଙ୍କୁ ଆଳତୀ କରିଥିଲେ l ଏହି ପରମ୍ପରା ବିଗତ ୧୨ ବର୍ଷ ହେଲା ଚାଲି ଆସିଛି l ଗଙ୍ଗା ମନ୍ଦିର ପ୍ରତିଷ୍ଠାତା ଗୋବିନ୍ଦ ଚନ୍ଦ୍ର ମହାରଣା ଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିବା ପ୍ରକାଶ l