ନୋଡାଲ ଉଚ୍ଚ ବିଦ୍ୟାଳୟ ର ୧୦ ମ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ

ନୟାଗଡ,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ କୁଞ୍ଜବିହାରୀ ନୋଡାଲ ବିଦ୍ୟାଳୟର ୧୦ ମ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ସଭା ଆଜି ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ଏତଦ ଉପଲକ୍ଷେ ଏକ ପୁରସ୍କାର ବିତରଣ ସଭା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗିଆପଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ବସନ୍ତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ କଣ୍ଟିଲୋ ଜିଲ୍ଲା ପରିଷଦ ସଭ୍ୟା ତଥା ବିଦ୍ୟାଳୟ  ପଞ୍ଚ ଶାଖା ଶିକ୍ଷା ସେତୁ ସଭାପତି ଉଜ୍ୱଳ ମହାରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ସାହୁ, କଣ୍ଟିଲୋ ସରପଞ୍ଚ ଶ୍ରୀୟାରାଣୀ ବେହେରା, ପୂର୍ବତନ ପ୍ରଧାନ ଶିକ୍ଷକ ରାଜକିଶୋର ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି ଓ ନୀଳମାଧବ ନୋଡାଲ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଶିକ୍ଷା ସହିତ କ୍ରୀଡା କେତେ ନିକଟତର ସେ ସମ୍ବନ୍ଧରେ ଆଲୋକ ପାତ କରିଥିଲେ l ଏହି ଅବସରରେ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟିତ୍ରୀ ବାସନ୍ତୀ ପଣ୍ଡା ସଂଯୋଜନା କରିଥିଲା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

You might also like
error: Content is protected !!