ରାସ୍ତାକଡ଼ରୁ ୨ ଅଜଗର ସର୍ପ ଜୀବନ୍ତ ଉଦ୍ଧାର
କୁକୁଡ଼ାଖଣ୍ଡି,(ଇ.ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବଗଡ଼ ଗ୍ରାମ ମୁଖ୍ୟ ରାସ୍ତା ପାଶ୍ୱରୁ ଦୁଇଗୋଟି ଅଜଗର ସାପ ଉଦ୍ଧାର ହୋଇଛି , ସାପ ଦୁଇଟି ରାସ୍ତା ଅତିକ୍ରମ କରୁଥିବା ସମୟରେ ଲୋକ ଆକ୍ରମଣ କରୁଥିବା ଖବର ପାଇ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ଓ ବିଜେନ୍ଦ୍ର ମାଝୀ ଘଟଣା ସ୍ଥଳରେ ପହଞ୍ଚି ସର୍ପ ମିତ୍ର ପି. ଅରବିନ୍ଦ ଦେଶୀ ବେହେରାଙ୍କୁ ଅବଗତ କରାଇଥିଲେ, ଦେଶିବେହେରା ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗୋଟି ଅଜଗର ସାପ କୁ କୌଶଳ କ୍ରମେ ଉଦ୍ଧାର କରି ବ୍ରହ୍ମପୁର ପଶୁ ଚିକିତ୍ସାଳୟକୁ ନେଇଥିଲେ, ସେଠାରେ ଡାକ୍ତର ବିଭୁ ପ୍ରସାଦ ପଣ୍ଡା ସାପ ଦୁଇଟିର ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବନାଞ୍ଚଳ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ ।

ଗୋଟିଏ ସାପର ଲମ୍ବ ପ୍ରାୟ ଦଶ ଫୁଟ ଓ ଅନ୍ୟ ଗୋଟିଏ ସାପର ଲମ୍ବ ଛଅ ଫୁଟ ଥିବା ଜଣା ପଡିଛି ।