ମାଘ ମେଳା ମହୋତ୍ସବ ୩ ୟ ସନ୍ଧ୍ୟା ଗାୟିକା ଅସୀମା ପଣ୍ଡାଙ୍କ ମେଲୋଡି କାର୍ଯ୍ୟକ୍ରମ   

 ନୟାଗଡ,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ଶ୍ରୀ ନୀଳମାଧଵ ଜୀଉଙ୍କ ଭୈମୀ ଏକାଦଶୀ ମେଳା ଅବସରରେ ଆୟୋଜିତ ମାଘମେଳା ମହୋତ୍ସବର ତୃତୀୟ ସନ୍ଧ୍ୟା ୧୧ ତାରିଖ ମଙ୍ଗଳ ବାର  ବିଶିଷ୍ଟ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଓ ସାଥି ମାନଙ୍କ  ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ମାନେ ବିଭୋର ହୋଇଥିବା ଜଣା ପଡିଥିଲା l  ମାଘ ମେଳା ମହୋତ୍ସବ ଅବସର ରେ ଆୟୋଜିତ ଏକ ସଭା ମହୋତ୍ସବ ଅଧ୍ୟକ୍ଷ ଖଣ୍ଡପଡା ମାନ୍ୟବର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା  ଭାବେ ବୀର ମହାରାଜ ପୁର ମାନ୍ୟବର ବିଧାୟକ ଶ୍ରୀ ରଘୁନାଥ ଜଗଦଲ ମୁଖ୍ୟ ଅତିଥି ଭାବେ  ଓ ପିପିଲି  ମାନ୍ୟବର  ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇ ଜଗନ୍ନାଥ ଓ ନୀଳମାଧଵ ସଂସ୍କୃତି ଉପରେ ଆଲୋକପାତ କରିଥିଲେ l  ସମ୍ମାନିତ ଅତିଥି ନୟାଗଡ ପୂର୍ବତନ ରାଣୀ ମା ‘ ତଥା ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଶା ରାଜେଶ୍ୱରୀ, ଦଶପଲା ପୂର୍ବତନ ବିଜେପି ରାଘବ  ମଲ୍ଲିକ,. କୟାଗଡ଼ ପିଡି ଶ୍ରୀ ଲଗ୍ନଜିତ ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାଷ ପଣ୍ଡା, ଖଣ୍ଡପଡା ବ୍ଳକ ସାଂସଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାର ସିଂହ ଓ  ସରପଞ୍ଚ  ଶ୍ରୀୟାରାଣୀ ବେହେରା  ପ୍ରମୁଖ ଯୋଗ ଦେଇ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵ ପୀଠ ବିକାଶର ସଫଳତା କାମନା କରିଥିଲେ l ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ସ୍ୱାଇଁ ଆଗାମୀ ଦିନରେ ମହୋତ୍ସବର ରୂପରେଖ ବଦଳାଇବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସୂଚନା ପ୍ରଦାନ କରି ସମସ୍ତ ଅତିଥି ଓ ଉପସ୍ଥିତ ହଜାର ହଜାର ଦର୍ଶକ ଙ୍କୁ ସ୍ୱାଗତ କରିଥିଲେ l କମିଟି ର ସମ୍ପାଦକ ସିଦ୍ଧାର୍ଥ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଅଖିଳ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l ଅଧ୍ୟାପକ ନିର୍ମଳ କୁମାର ସାହୁ କଣ୍ଟିଲୋ ବନ୍ଦନା ଗାନ କରିଥିଲା ବେଳେ ରାଜୀବ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ll ଏହି ସଭା କୁ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ପ୍ରଭାକର ଶିରୋମଣି ପରିଚାଳନା କରିଥି

You might also like
error: Content is protected !!