ବନବାସୀ ସେବା ସମିତିର ପ୍ରତିଷ୍ଠାତା ସମ୍ପାଦକଙ୍କ ଧର୍ମ ପତ୍ନୀ ତଥା ଧର୍ମ ପରାୟଣ ମହିଳାଙ୍କ ପରଲୋକ : ସମଗ୍ର ଅଞ୍ଚଳରେ ଶୋକର ଛାୟା

ବାଲିଗୁଡ଼ା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ପ୍ରତିଷ୍ଠାତା ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନାଙ୍କ ଧର୍ମ ପତ୍ନୀ ମାଳତୀ ଜେନା (୭୩)ଙ୍କ ମଙ୍ଗଳବାର ଅପରାହ୍ନରେ ସମିତି ପରିସର ବାସ ଭବନ ରେ ପରଲୋକ ହୋଇଛି l ଏ ନେଇ ବନବାସୀର ଅନ୍ତେବାସୀଙ୍କ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ମହିଳା ଭାବେ ବେଶ୍ ପରିଚିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ, ପୁଅ, ବୋହୁ , ନାତିବନବାସୀ ସେବା ସମିତିର ପ୍ରତିଷ୍ଠାତା ସମ୍ପାଦକଙ୍କ ଧର୍ମ ପତ୍ନୀ ତଥା ଧର୍ମ ପରାୟଣ ମହିଳାଙ୍କ ପରଲୋକ : ସମଗ୍ର ଅଞ୍ଚଳରେ ଶୋକର ଛାୟା ନାତୁଣୀ,ବନ୍ଧୁ ବାନ୍ଧବ ଓ ପରିବାର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ନିକଟସ୍ଥ ଅଣିକଣା ସ୍ଥିତ ଶ୍ମଶାନ ଘାଟରେ ମାଳତୀ ଦେବୀ ଙ୍କ ଅନ୍ତିମ ସତ୍କାର କରାଯାଇଥିଲା ।

You might also like
error: Content is protected !!