ସୁରକ୍ଷିତ ଇଣ୍ଟରନେଟ୍ ଦିବସ
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ) : ସୁରକ୍ଷିତ ଇଣ୍ଟରନେଟ୍ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ କର୍ମଶାଳା ହୋଇଛି l ଛତ୍ରପୁର ଜିଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଏହା ଅନୁଷ୍ଠିତ ହୋଇଥଲା।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡା ପ୍ରମୋଦ କୁମାର ପୃଷ୍ଟି ଅଧ୍ୟକ୍ଷତା କରିଥିଲେ l ଆଜିକା ଦିନରେ ଇଣ୍ଟରନେଟର ଯେଭଳି ଆବଶ୍ୟକତା ରହିଛି ତାହାର ସୁରକ୍ଷା ଦିଗରେ ଅଧିକ ଜରୁରୀ। ଏଣୁ ଏହାର ବ୍ୟବହାକାରୀମାନେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ସୁରକ୍ଷିତ ଇଣ୍ଟରନେଟ୍ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିବା ସହ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇର ବଢୁଥିବା ବିପଦ ଉପରେ ଆଲୋକପାତ କରାଯାଇଛି l
ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଉପଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଗଞ୍ଜାମ ଏନ୍ ଆଇସିର ଡିଆଇଓ ରଣଜିତ କୁମାର ଦାସ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ।ସାଇବର ଠକେଇ ଏବଂ ଅନଲାଇନ ସୁରକ୍ଷା ଉପରେ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା l