ବୁଦ୍ଧଖୋଲ ମହୋତ୍ସବ ୨୦୨୫ ଉଦଯାପିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):-ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଐତିହାସିକ ଶୈବପୀଠ ବୁଦ୍ଧଖୋଲପାଦଦେଶ ବୁଦ୍ଧଖୋଲ ମହୋତ୍ସବପଡ଼ିଆରେ ତିନିଦିନ ଧରି ଚାଲିଥିବା ବୁଦ୍ଧଖୋଲ ମହୋତ୍ସବ ୨୦୨୫ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକ ଗହଣରେ ଉଦଯାପିତ ହୋଇଯାଇଛି ପୋଲସରା ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ସଭାପତିତ୍ଵ ରେ ଆୟୋଜିତ ଉଦଯାପିତ ସନ୍ଧ୍ୟାରେ ଉଦଘାଟକ ଭାବେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦାନ ପୂର୍ବକ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥ୍‌ ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜଶ୍ୟାତି ପରିଡା, ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଏବଂ ସମ୍ମାନୀତ ଅତିଥ ଭାବେ ବିଜେପି ନାରୀନେତ୍ରୀ ଜୟନ୍ତୀ ପଢିଆରୀ, ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ, ଜିଲ୍ଲା ପରିଷଦ ସଭ୍ୟ ଚାନ୍ଦିନୀ ନାୟକ, ସରପଞ୍ଚ ମନ୍ଦାକିନୀ ସେଠୀ, ସମିତି ସଭ୍ୟ ଅଳକା ନନ୍ଦ ଓ କାର୍ଯ୍ୟକାରୀ ସଭାପତି ଟି ସଞ୍ଜୀବ ପାତ୍ର, ଉପସଭାପତି ଗଙ୍ଗାଧର ନାୟକ, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାସ, ସମ୍ପାଦକ ହରି କୃଷ୍ଣ ସାହୁ, ଯୁଗ୍ମ ସମ୍ପାଦକ କେଦାର ନାଥ ମହାରଣା, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର, ସମୀକ୍ଷକ ଗଙ୍ଗାଧର ବିଷୋୟୀଙ୍କ ସମେତବହୁ ଅତିଥି ଯୋଗଦେଇଥିଲେ ବୁଦ୍ଧଖୋଲ ରାଜ୍ୟର ଗୋଟିଏ ଐତିହାସିକ ପୀଠ ହୋଇଥିବା ବେଳେ ମହୋତ୍ସବ ଦ୍ଵାରା ପୀଠର ପ୍ରଚାର ପ୍ରସାର ହୋଇପାରିବ, ଓ ଏହାର ଗବେଷଣା ନିହାତି ଆବଶ୍ୟକ ଏବଂ ଅଞ୍ଚଳର କଳା ସଂସ୍କୃତି ଲୋକ ଲୋଚନ କୁ ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ବତ ଶିଖରରେ ଖ୍ରୀଷ୍ଟପୂର୍ବ ୯ମ ଶତାବ୍ଦୀରୁ ଶୋଭିତ ପଞ୍ଚ ମହାଦେବ ମକରେଶ୍ୱର, ଗଙ୍ଗାଧରେଶ୍ୱର, ଜଗଦ୍ଧେଶ୍ବର, ସିଦ୍ଧେଶ୍ଵର ଓ ବୁଦ୍ଧେଶ୍ଵର ମନ୍ଦିର । ତୃତୀୟ ଶତାବ୍ଦୀର କଳିଙ୍ଗ ଯୁଦ୍ଧ ପରେ ଏଠାରେ ବୌଦ୍ଧ ଧର୍ମର ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା ।ତାର ପରବର୍ତ୍ତୀ ସମୟରେ ଜୈନଧର୍ମ ଏବଂ ବୈଷ୍ଣବ ଓ ଶୈବ ଆଧ୍ୟାତ୍ମିକ ପୂଜା ପଦ୍ଧତିର ଅଭ୍ୟୁଦୟ ଘଟିଥିଲା । ଏଭଳି ସାଂସ୍କୃତିକ ପରମ୍ପରାକୁ ଆଧାର କରି ଜନ୍ମ ନେଇଛି ବୁଦ୍ଧଖୋଲ ମହୋତ୍ସବ। ୨୦୧୫ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆଜି ୧୦ ବର୍ଷରେ ପଦାର୍ପଣ କରିଛି। ଦୀର୍ଘ ୩ ଦିନ ଧରି ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ ସଫଳତା ପାଇଁ ଆୟୋଜକବନ୍ଧୁମାନଙ୍କୁ ସଭାପତି ତଥା ମନ୍ତ୍ରୀ ଶ୍ରୀ ମଲ୍ଲିକ ଧନ୍ୟବାଦ ଜଣାଇଥିଲେ। ବୁଗୁଡ଼ାର ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସ୍ଥିତଧୀ ରଥ, ଆଇନଜୀବୀ ତଥା ପ୍ରକୃତିବନ୍ଧୁ ସାଇ ସନ୍ତୋଷୀନି ପ୍ରଧାନ ସମେତ ଅଞ୍ଚଳର ବହୁ ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ମହୋତ୍ସବର ଶେଷ ସନ୍ଧ୍ୟା ରେ ଦର୍ଶକ ଙ୍କ ମନ ଜିଣିଛନ୍ତି । ହାସ୍ୟ ଅଭିନେତା ଗୁଲୁଆ ଓ ବଲିଉଡ ର ଜଣାଶୁମା ଗାୟକ ସବାବ ଶବରୀ ଓ ତାଙ୍କ ସାଥି ଗାୟିକା ସଙ୍ଗୀତା ଗର୍ଜନା ସେମାନେ ଗାଇଥୁବା ବଲିଉଡର ବହୁ ସୁପରହିଟ ଗୀତ ଗାଈ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ମାନଙ୍କୁ ମନୋରଞ୍ଜନ କରାଇଥିଲେ ଅଞ୍ଚଳର କଳାକାର ମାନଙ୍କ ଦ୍ଵାରା ଲୋକ ନୃତ୍ୟ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ପରିବେଷଣ କରାଯାଇଥିବା ବେଳେ ବୁଗୁଡ଼ା ସହରର ଦୁଇ ନାୟକଙ୍କ ଦ୍ବାରା ଅତି ସୁନ୍ଦର ଗୀତର ଝଲକ ଦେଖୁବାକୁ ମିଳିଥିଲା। ସେହିପରି ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପିପୁଲ୍ସ କଲେଜ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ଓ ଗୁନ୍ ଗୁନ୍ ଚମତ୍କାର ଭାବେ ଉପସ୍ଥାପନ କରିଥିଲେ । ପରିଶେଷରେ ଆଇନଜୀବୀ ହରପ୍ରସାଦ ଦାସ ଧନ୍ୟବାଦ ଅପର୍ଣ କରିଥିଲେ। ତିନି ଦିନ ଧରି ମହୋତ୍ସବ କାର୍ଯ୍ୟକ୍ରମକୁ ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକ, ବୁଗୁଡ଼ା ଥାନାଧିକାରୀ ସିତାଂଶୁ ଶେଖର ମାନ୍ଧାତା ଓ ଅନ୍ୟ ପୋଲିସ ସହକର୍ମୀ ଏବଂ ବୁଦ୍ଧଖୋଲ ସମିତିର ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା ।

You might also like
error: Content is protected !!