ଦୂର କରେ ମେଦ ସମସ୍ୟା ଗ୍ରୀନ୍‌ ମଟର

ଭୁବନେଶ୍ୱର,(ଏସ.ଏମ.ପି):- ଗ୍ରୀନ୍‌ ମଟର ଅନ୍ୟତମ। ଏଥିରେ ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଛି। ଏଥିରେ ଅନେକ ଉପକାରୀ ତତ୍ତ୍ୱ ରହିଛି। ତେବେ ଏହି ତାଲିକାରେ ନିକଟରେ ଆଉ ଏକ କଥାକୁ ସାମିଲ କରାଯାଇଛି। ଯଦି ଜଣେ ବ୍ୟକ୍ତି ପ୍ରାୟ ନିୟମିତ ଗ୍ରୀନ୍‌ ମଟରରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ତେବେ ସେ ନିଜର ଓଜନକୁ କେତେକାଂଶରେ ନିୟନ୍ତ୍ରଣରେ ରଖିପାରିବେ।ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ ଏପରି ଖାଦ୍ୟ ଖାଇବାକୁ ୟୁନିଭର୍ସିଟି ଅଫ କାଲିଫର୍ନିଆର ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ନିୟମିତ ସମୟ ଅନ୍ତରାଳରେ ସେମାନଙ୍କର ଓଜନ କେତେ ରହୁଛି ତାହାକୁ ତର୍ଜମା କରାଯାଇଥିଲା। ଏହାଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ଓଜନ କେତେକାଂଶରେ କମୁଥିବାର ଜଣାପଡ଼ିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ, ଗ୍ରୀନ୍‌ ମଟର ଶରୀରରେ ବ୍ଲଡ ସୁଗାର ଲେଭଲ୍‌କୁ ମଧ୍ୟ ଏହା ସନ୍ତୁଳିତ ରଖେ। ଏଥିରେ ଆଇରନ୍‌ ଓ ଫାଇବର୍‌ ଅଧିକ ପରିମାଣରେ ଥିବାରୁ ଖାଦ୍ୟ ଠିକ୍‌ ଭାବେ ହଜମ ହୋଇଥାଏ।

Smart Computer Ad
You might also like
error: Content is protected !!