ଆଶା ପବ୍ଲିକ ସ୍କୁଲ ର ଅଷ୍ଟମ ବାର୍ଷିକ ଉତ୍ସବ
ବ୍ରହ୍ମପୁର,(ବିଚିତ୍ର ସାହୁ):- ବାହାଦୂରପେଟା ସ୍ଥିତ ସ୍ଥାନୀୟ ଆଶା ପବ୍ଲିକ ସ୍କୁଲ ର ଅଷ୍ଟମ ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବର ରେ ଅନୁଷ୍ଠାନ ର ନରସିଂହ ରାଉତ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଶ୍ରୀ ସନ୍ତୋଷ କୁମାର ଆଦଙ୍ଗୀ (ମତ୍ସଜୀବୀ ର ଅଧ୍ୟାପକ,ରଙ୍ଗେଈଲୁଣ୍ଡା) , ସମ୍ମାନିତ ଅତିଥି ଭାବେ ରଙ୍ଗେଈଲୁଣ୍ଡା ଶିକ୍ଷା ବିଭାଗ ର ଡୁରା଼ କ୍ଲଷ୍ଟର ସି ଆର ସି ସି ଶ୍ରୀ ଜିତେନ୍ଦ୍ର ଜେନା ,ଡୁ ରା ପଞ୍ଚାୟତର ସମିତି ସଭ୍ୟ ଶ୍ରୀମତୀ ଲକ୍ଷ୍ମୀ ସେଠି, ଡୁରା଼ ସରପଞ୍ଚ ଶ୍ରୀମତି ବିଷ୍ଣୁ ପ୍ରିୟା ବେହେରା , ଏବଂ ସ୍କୁଲ ର ସମ୍ପାଦିକା ଶ୍ରୀମତୀ ସେବତୀ ପାଢ଼ୀ, ସ୍କୁଲ ସଭାପତି ଶ୍ରୀଯୁକ୍ତ ସିଦ୍ଧାର୍ଥ କୁମାର ମହାନ୍ତି ଙ୍କ ସମେତ ବହୁ ପୂର୍ବତନ ଶିକ୍ଷକ ଓ ସହଯୋଗୀ ଶିକ୍ଷକ ଏବଂ ଆଶା ପବ୍ଲିକ ସ୍କୁଲ ର ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ | ସର୍ବପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦୀପଓ଼ ଧୂପ ପ୍ରଜ୍ବଳନ ଓ ବନ୍ଦନା କରି ସଭା କାର୍ଯ୍ୟ କୁ ଆରମ୍ଭ କରାଯାଇଥିଲା |
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ନିବେଦିତା ନାୟକ ଅନୁଷ୍ଠାନର ବାର୍ଷିକ ବିବରଣୀ ପଠନ କରିଥିଲେ |ମୁଖ୍ୟ ଅତିଥି ତାଙ୍କର ଉଦବୋଧନ ରେ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା ସହିତ ଅଭିଭାବକ ମାନଙ୍କର ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ | ସଭାପତି ତାଙ୍କର ଉଦବୋଧନରେ କିପରି ଆଶା ପବ୍ଲିକ ସ୍କୁଲର ସମସ୍ତ ସଦସ୍ୟ, ଶିକ୍ଷକ ଓ ଶକ୍ଷୟିତ୍ରୀ ତାଙ୍କର ପରିଶ୍ରମ, ଅବଦାନ ଓ ଚେଷ୍ଟା ଦ୍ୱାରା ଆଜି ଏହି ବିଦ୍ୟାଳୟ ବାହାଦୂରପେଟା ରେ ଏକ ନାମ ପ୍ରତିଷ୍ଠା କରିପାରିଛି ତାହା ଉପରେ ଆଲୋକପାତ କରିଥିଲେ | ସେ ଆହୁରି ବିଦ୍ୟାଳୟର ଉନ୍ନତି ପାଇଁ ଭବିଷ୍ୟତରେ ଯଦି କିଛି ସାହାଯ୍ୟର ଆବଶ୍ୟକତା ପଡେ ତା ହେଲେ ସେ ନିଶ୍ଚିତ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ | ବିଦ୍ୟାଳୟର ସମ୍ପାଦିକା ଶ୍ରୀମତି ସେବତୀ ପାଢ଼ୀ ନିଜ ବକ୍ତବ୍ୟ ରେ ଗୋଟିଏ ଛୋଟିଆ ଗଳ୍ପ ମାଧ୍ୟମ ରେ ଅଭିଭାବକ ମାନଙ୍କୁ ଜୀବନରେ ସୁ ମାର୍ଗ ଚୟନ କରିବା ସହ ନିଜ ଶିଶୁ ଙ୍କ ରୁଚି ଥିଵା ବିଷୟ ରେ ଧ୍ୟାନ ଦେବା ନିମନ୍ତେ ପ୍ରେରିତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଅତିଥିଗଣ ନିଜ ବକ୍ତବ୍ୟରେ ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସମସ୍ତ ପିଲାମାନେ ଭଲ ପାଠ ପଢି ବାପା,ମାଆ ଓ ଦେଶ ଜାତିର ନାଁ ରଖିବା ସହିତ ଭଲ ମଣିଷ ହେବାକୁ କାମନା କରିଥିଲେ |ଶେଷରେ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର,ସିଲ ବିତରଣ କରାଯାଇଥିଲା |ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ନୃତ୍ୟ ଓ ସଂଗୀତ ରେ ଉପସ୍ଥିତ ଅଭିଭାବକ ଓ ଦର୍ଶକ ମାନେ ଭାବବିଭୋର ହୋଇ ଯାଇଥିଲେ |ଏହି ବାର୍ଷିକ ଉତ୍ସବରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ,ତତସହିତ ସ୍କୁଲର ସମସ୍ତ ସଦସ୍ୟ ବୃନ୍ଦ ମଧ୍ୟ ସହଯୋଗ କରିଥିଲେ |ଏହି ଉତ୍ସବକୁ ଶ୍ରୀଯୁକ୍ତ ନରସିଂହ ରାଉତ ସୁଚାରୁ ରୂପେ ପରିଚାଳନା କରିଥିଲେ | ଶ୍ରୀମତୀ ସତ୍ୟମା ରେଡ୍ଡୀ ଓ ଶିବାନୀ ପାତ୍ର ଶିକ୍ଷୟତ୍ରୀ ଉଦଘୋଷଣା କରିଥିଲେ |କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସୁଶ୍ରୀ ସୁମନ ମହାରଣା ଓ ସୁଶ୍ରୀ ପୂଜା ସାହୁ ଶିଶୁ ଭାଇ ଓ ଭଉଣୀ ମାନଙ୍କ ଦ୍ବାରା ଅତିଥି , ଅଭିଭାବକ /ଅଭିଭାବିକା ଓ ଶିଶୁ ଭାଇ ଭଉଣୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ |ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ରମେଶ ମହାରଣା ଅତିଥ୍ଙ୍କ ପରିଚୟ ପ୍ରଦାନ କରିଥିଲେ | ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା, ସଭାପତି ଶ୍ରୀଯୁକ୍ତ ସିଦ୍ଧାର୍ଥ କୁମାର ମହାନ୍ତି , ସମ୍ପାଦିକା ଶ୍ରୀମତୀ ସେବତୀ ପାଢ଼ୀ ,ବିଦ୍ୟାଳୟ କମିଟି ମେମ୍ବର ଶ୍ରୀଯୁକ୍ତ ମଧୁସୂଦନ ବେହେରା , ହୁସିକେଶ ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ସରୋଜ ସାହୁ ଯୋଗଦେଇଥିଲେ | ଏହି ଉତ୍ସବ ରେ ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ପାଠ କରିଥିଲେ | ମୁଖ୍ୟବକ୍ତା ମାନନୀୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ଆଡ଼ଙ୍ଗୀ ( ମତ୍ସଜୀବୀ ର ଅଧ୍ୟାପକ,ଓଡିଶା) ଏବଂ ଶ୍ରୀଯୁକ୍ତ ଦେବେନ୍ଦ୍ର ଜେନା (ଶିକ୍ଷା ବିଭାଗ ର ସି ଆର ସି ସି ) ମହୋଦୟ ଯୋଗ ଦେଇ ଶିଶୁ ଭାଇ ଭଉଣୀ ଙ୍କୁ ବହୁ ମୂଲ୍ୟବାନ କଥାକହି ଜୀବନ ରେ ଏକ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ | ଶିଶୁମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା | ପୂର୍ବ ଛାତ୍ରୀ ସାଲୋନୀ ମିଶ୍ର, ଓ ପୂର୍ବ ଛାତ୍ର ଶୁଭମ ସାହୁ, ନରେଶ ରେଡ୍ଡୀ,ଶିକ୍ଷକ ଓ ସୁଶ୍ରୀ ପୂଜା ସାହୁ ଙ୍କ ନିର୍ଦ୍ଦେଶରେ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ହୋଇଥିଲା | ଏହି ଉତ୍ସବ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , ସେବକ ସେବିକା ଓ ବାହାନ ଚାଳକ ଭାଇ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବହୁ ସଂଖ୍ୟା ରେ ଶିଶୁ ମଧ୍ଯ ଯୋଗ ଦେଇଥିଲେ |