ମହେନ୍ଦ୍ରଗିରି ମହାଶିବରାତ୍ରୀ ପାଇଁ ପ୍ରସ୍ତୁତ ବୈଠକ

ଆର,ଉଦୟଗିରି(ମନୋଜ କୁମାର ପାଢୀ):-ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରି ପର୍ବତ ଶିଖରରେ ଚଳିତ ବର୍ଷ ମହାଶିବରାତ୍ରୀ ମହାଆଡମ୍ବରରେ ପାଳନ କରାଯିବ। ଏଥି ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୫ ଓ ୨୬ ତାରିଖ ଦୁଇ ଦିନ ଶିବରାତ୍ରୀ ଅନୁଷ୍ଠିତ ହେବ ,ଏଥିପାଇଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରଯାଇଥିଲା। ମହେନ୍ଦ୍ରଗିରି ମହାଶିବରାତ୍ରି ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ପ୍ରବଳ ଜନସମାଗମ ହେବାର ରହିଅଛି । ଭକ୍ତମାନେ ଯିବା ଆସିବା ରାସ୍ତାର ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯିବ। ରାସ୍ତାର ମରାମତି ପାଇଁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ୧୦ ଟଙ୍କାର ସୁଲଭ ଦରରେ ପ୍ରସାଦ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି। ମହେନ୍ଦ୍ରଗିରି ଶିଖର ମଧ୍ୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଇଦିଆଯିବ। ପର୍ବତ ଶିଖରରେ ଯାନବାହାନ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ସେହିପରି କୁନ୍ତୀ ମନ୍ଦିର ଓ ଯୁଧିଷ୍ଟିର ମନ୍ଦିର ଦର୍ଶନ ପାଇଁ ପ୍ରତି ମନ୍ଦିର ପିଛା ୨୦ ଟଙ୍କା ରଖାଯାଇଛି। ପ୍ରବଳ ଜନସମାଗମ ଦୃଷ୍ଟିକୁ ରଖି ପୋଲିସ୍ ଫୋର୍ସ ସୁରକ୍ଷା ପାଇଁ ନିୟୋଜିତ ରହିବେ। ବୁରୁକତ ଠାରୁ ମହେନ୍ଦ୍ରଗିରି ପର୍ଯ୍ୟନ୍ତଆଲୋକର ବ୍ୟବସ୍ଥା କରାଯିବ। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ସେଠାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହିବେ। ସେହିପରି ଚିକିତ୍ସା ପାଇଁ ମେଡିକାଲ୍ ଟିମ୍ ନିୟୋଜିତ ରହିବା ସହିତ ଔଷଦ ସାମଗ୍ରୀ ରଖି ସଜାଗ ରହିବାକୁ ନିର୍ଦ୍ଦଶ ଦିଆଯାଇଛି। ପର୍ବତ ଶିଖରେ ସମ୍ପୂର୍ଣ ମାଦକ ଦ୍ରବ୍ଯ ନିଷେଧ କରାଯାଇଛି ଓ ପ୍ଲାଷ୍ଟିକ ବ୍ୟବାହର ନକରିବକୁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧି ମାନଙ୍କୁ ନେଇ କଇଁପୁର ଠାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ କରାଇବାକୁ ତହସିଲଦାର ରାୟଗଡ଼ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଆଜିର ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା, ଉପଖଣ୍ଡ ପୋଲିସ୍ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ ମାଧବ ନନ୍ଧ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହମ୍ମଦ ମୁବାରକ୍ ଅଲ୍ଲୀ , ଡେପୁଟି କଲେକ୍ଟର ଶ୍ରୀ କମଳ କାନ୍ତ ପଣ୍ଡା,ତହସିଲଦାର ରାୟଗଡ଼ ଶ୍ରୀ ସୁକାନ୍ତ ପ୍ରଧାନ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

You might also like
error: Content is protected !!