ବିଦ୍ୟାପୀଠ ଛାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ
ନୟାଗଡ,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ବିଦ୍ୟାପୀଠ ୧୯୯୬ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ପଥର ଚକଡା ମା ‘ ନାରାୟଣୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ଆଜି ରବିବାର ଅନୁଷ୍ଠିତ ହୋଇ ଯାଇଛି l
ଏହି ଅବସରରେ ଆୟୋଜିତ ଏକ ସଭାରେ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ସଂସାରୀ ସ୍ୱାଇଁ ଓ କ୍ରୀଡା ଶିକ୍ଷକ ଭୀମସେନ ରାଉତ ଓ ଚନ୍ଦ୍ର ମଣି ସାହୁ ଅତିଥିଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି ଓ ଶ୍ରୀପତି ମହାରଣା ଯୋଗ ଦେଇ ଆଶୀର୍ବାଦ ଦେବା ସହିତ ଛାତ୍ର ମାନଙ୍କର ମଙ୍ଗଳ କାମନା କରି ମତ ବ୍ୟକ୍ତ ଥିଲେ l ଏହି ବନ୍ଧୁ ମିଳନ ଉତ୍ସବରେ ୫୦ ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ର ଯୋଗ ଦେଇ ନିଜ ନିଜ ଭିତରେ ଉତ୍ତମ ବନ୍ଧୁତାର ନିଦର୍ଶନ ଦେଖାଇଥିଲେ l ଏହି ୧୯୯୬ ବ୍ୟାଚର ଛାତ୍ର ଓ ଅତିଥି ମାନଙ୍କ ଦ୍ୱାରା ମନ୍ଦିର ପରିସରରେ ନଡ଼ିଆ ଗଛ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ପ୍ରଭାତ କୁମାର ବେହେରା, ଧନେଶ୍ୱର ସାଥୁଆ, ଚିନ୍ତାମଣି ସାହୁ, ଚିରଞ୍ଜିବି ସାହୁ, ବିଜୟ କୁମାର ଘଡେଇ ପରିଚାଳନା କରିଥିଲା ବେଳେ ଅନ୍ୟ ବନ୍ଧୁ ମାନେ ସହଯୋଗ କରିଥିଲେ l