ମହାକୁମ୍ଭ-୨୦୨୫: ପ୍ରୟାଗରାଜଠାରେ ଶ୍ରଦ୍ଧାଳୁଙ୍କୁ ମିଳୁଛି ସୁଲଭ ମୂଲ୍ୟରେ ଗୁଣାତ୍ମକ ରାସନ୍

ଭୁବନେଶ୍ୱର,(ପି.ଆଇ.ବି):- ପ୍ରୟାଗରାଜରେ ଚାଲିଥିବା ପବିତ୍ର ମହାକୁମ୍ଭ- ୨୦୨୫ରେ ଶ୍ରଦ୍ଧାଳୁମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ରାସନ୍ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ନାଫେଡ୍‍ (ଭାରତୀୟ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍) ମାଧ୍ୟମରେ ରିହାତି ଦରରେ ଅଟା, ଡାଲି, ଚାଉଳ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଉଛି। ପୁଣି ଏଥିଲାଗି ଶ୍ରଦ୍ଧାଳୁଙ୍କୁ ଦୋକାନକୁ ଯିବାକୁ ପଡ଼ୁନାହିଁ ନାହିଁ ବରଂ, ଦୋକାନ ସ୍ୱୟଂ ତାଙ୍କ ପାଖକୁ ଆସି ରାସନ ଯୋଗାଉଛି। ଶ୍ରଦ୍ଧାଳୁ ହ୍ୱାଟ୍ସଆପ୍ କିମ୍ବା କଲ୍ ମାଧ୍ୟମରେ ମଧ୍ୟ ରାସନ୍ ଅର୍ଡର କରିପାରୁଛନ୍ତି। ଏ ଭିତରେ ୧୦୦୦ ମେଟ୍ରିକ୍ ଟନ୍ ରୁ ଅଧିକ ରାସନ୍ ବଣ୍ଟନ କରାଯାଇସାରିଛି, ଏବଂ ସମଗ୍ର ମହାକୁମ୍ଭ ସହର ଏବଂ ପ୍ରୟାଗରାଜରେ ୨୦ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ବଣ୍ଟନ ଜାରି ରହିଛି ବୋଲି ସମବାୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।ଆଶ୍ରମ ଏବଂ ଭକ୍ତଙ୍କ ପାଇଁ ସୁଲଭ ରାସନ ଯୋଗାଇବାକୁ ମୋବାଇଲ୍ ଭ୍ୟାନମହାକୁମ୍ଭରେ ସନ୍ଥ, କଳ୍ପବାସୀ ଏବଂ ଶ୍ରଦ୍ଧାଳୁ ଯେପରି ଖାଦ୍ୟ ଅଭାବର ସମ୍ମୁଖୀନ ନ ହୁଅନ୍ତି, ତାହା ନିଶ୍ଚିତ କରିବା ପାଇଁ ମୋବାଇଲ୍ ଭ୍ୟାନ ମାଧ୍ୟମରେ ରାସନ ବିତରଣ କରାଯାଉଛି। ନାଫେଡ୍‌ର ରାଜ୍ୟ ମୁଖ୍ୟ ରୋହିତ ଜୈନ କହିଛନ୍ତି, କୌଣସି ଭକ୍ତଙ୍କୁ ଖାଦ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ ଏହି ସ୍ୱତନ୍ତ୍ର ଯୋଜନା ସମବାୟ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆବଶ୍ୟକ ସମୟରେ ସେମାନଙ୍କର ଖାଦ୍ୟ ଉପଲ୍ବଧ ନିଶ୍ଚିତ କରିବା ପାଇଁ ନାଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଦୀପକ ଅଗ୍ରୱାଲ ବ୍ୟକ୍ତିଗତ ଭାବରେ ସମଗ୍ର କାର୍ଯ୍ୟର ତଦାରଖ କରୁଛନ୍ତି।ମହାକୁମ୍ଭରେ ଉପସ୍ଥିତ ଭକ୍ତମାନେ ୭୨୭୫୭ ୮୧୮୧୦ ନମ୍ବରକୁ କଲ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ରାସନ ପାଇଁ ଅର୍ଡର ଦେଇପାରିବାର ବ୍ୟବସ୍ଥା ହୋଇଛି। ସବସିଡିଯୁକ୍ତ ରାସନରେ ୧୦ କିଲୋ ପ୍ୟାକେଟ ବିଶିଷ୍ଟ ଅଟା ଏବଂ ଚାଉଳ ଅନ୍ତର୍ଭୁକ୍ତ ରହିଛି। ଏହାସହ ମୁଗ, ମସୁର ଏବଂ ଚଣା ଡାଲି ୧ କିଲୋ ପ୍ୟାକେଟରେ ବଣ୍ଟନ କରାଯାଉଛି। ହିତାଧିକାରୀଙ୍କଠାରୁ ଅର୍ଡର ପାଇବା ମାତ୍ରେ, ସମ୍ପୃକ୍ତ ଆଶ୍ରମ ଏବଂ ତପସ୍ୱୀମାନଙ୍କୁ ମୋବାଇଲ୍ ଭ୍ୟାନ ମାଧ୍ୟମରେ ତୁରନ୍ତ ରାସନ ବିତରଣ କରାଯାଉଛି।ଏ ପର୍ଯ୍ୟନ୍ତ ୭୦୦ ମେଟ୍ରିକ୍ ଟନ୍ ଗହମ ଅଟା, ୩୫୦ ମେଟ୍ରିକ୍ ଟନ୍ ଡାଲି (ମୁଗ, ମସୁର ଏବଂ ଚଣା ଡାଲ), ଏବଂ ୧୦ ମେଟ୍ରିକ୍ ଟନ୍ ଚାଉଳ ବଣ୍ଟନ କରାଯାଇଛି। ନାଫେଡ୍ ର ଉତ୍ପାଦ ଏବଂ ‘ଭାରତ ବ୍ରାଣ୍ଡ’ ଶସ୍ୟ ଭକ୍ତମାନଙ୍କ ମଧ୍ୟରେ ଶୀଘ୍ର ଲୋକପ୍ରିୟତା ହାସଲ କରୁଛି।ଏହି ଯୋଜନା ମାଧ୍ୟମରେ, ସରକାର ମହାକୁମ୍ଭରେ ଯୋଗ ଦେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ କେବଳ ଉଚ୍ଚମାନର ରାସନ୍ ଯୋଗାଇ ଦେଉଛନ୍ତି ତାହା ନୁହେଁ ବରଂ ପ୍ରକ୍ରିୟାକୁ ସୁବିଧାଜନକ ଏବଂ ସୁଲଭ ମଧ୍ୟ କରିଛନ୍ତି। ମୋବାଇଲ୍ ଭ୍ୟାନ ଏବଂ ଅନ-କଲ୍ ସୁବିଧା ଏହି ସେବାକୁ ଆହୁରି ପ୍ରଭାବଶାଳୀ କରିଛି। ଏହି ସୁବିଧା ମହାକୁମ୍ଭ ୨୦୨୫ ପ୍ରତ୍ୟେକ ଭକ୍ତଙ୍କ ପାଇଁ ଏକ ସୁଗମ ଏବଂ ସ୍ମରଣୀୟ ଅଭିଜ୍ଞତା ହୋଇ ରହିବ।

You might also like
error: Content is protected !!