ଲିଲି ଫାଉଣ୍ଡେସନ ତରଫରୁ ହୁଗୁଳାପଟାରେ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା ଓ ଔଷଧ ବିତରଣ।
ବ୍ରହ୍ମପୁର,(ବିଚିତ୍ର ସାହୁ):- କଲକୋତାସ୍ଥିତ ଲିଲି ଫାଉଣ୍ଡେସନ ଆନୁକୂଲ୍ଯରେ ବ୍ରହ୍ମପୁର ଉପକଣ୍ଠ ହୁଗୁଳାପଟା ଗ୍ରାମର ଉତ୍ସାହି ଯୁବକ ମାନଙ୍କ ସହଯୋଗରେ ଏବଂ ଲିଲି ଫାଉଣ୍ଡେସନର ଗଂଜାମ ଜିଲ୍ଲାର ପ୍ରତିନିଧି ଡକ୍ଟର ଡି.ଗୋଦାବରୀ ପାତ୍ରଙ୍କ ତତ୍ତ୍ବାବଧାନରେ ଏକ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି।ଏହି ଶିବିରରେ ଚକ୍ଷୁ ପରୀକ୍ଷା ସହ ମାଗଣାରେ ଚଷମା ପ୍ରଦାନ, ମଧୁମେହ ରୋଗ ପରୀକ୍ଷା,ସାଧାରଣ ସ୍ବାସ୍ଥ୍ଯ ପରୀକ୍ଷା କରାଯାଇ ଫାଉଣ୍ଡେସନ ତରଫରୁ ମାଗଣାରେ ଔଷଧ ଡାକ୍ତରଙ୍କ ସୁପାରିଶ କ୍ରମେ ପ୍ରଦାନ କରାଯାଇଥିଲା।ଶିବିର ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟର ପ୍ରୋଜେକ୍ଟ ଚେୟାରମ୍ଯାନ କାମରାଜୁ ମହାରଣା,ବ୍ରହ୍ମପୁର ସାଂସଦଙ୍କ ପ୍ରଦୀପ ସେନାର ସଭାପତି ଏନ୍.ଗଙ୍ଗାଧର ପାତ୍ର ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକତଥା ସାଂସଦ ପ୍ରତିନିଧି ମୂରଲୀଧର ସ୍ବାଇଁଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା।ମୋଟ ଉପରେ ବିଭିନ୍ନ ବିଭାଗର 170 ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥିଲା।ଏହି ଶିବିରରେ ଡାକ୍ତର ଦାମୋଦର ପାଣିଗ୍ରାହୀ,ଡାକ୍ତର ନୀଳାଞ୍ଚଳ ସାହୁ,ପାଥଲୋଜିର ସୁବ୍ରତ କୁମାର ସ୍ବାଇଁଙ୍କ ସମେତ ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ଆଇ କେୟାର ହସ୍ପିଟାଲର ଚକ୍ଷୁ ଟେକ୍ନିସିଆନ ହରିଶ୍ ସାହୁ,ମୁକେଶ ପାଣିଗ୍ରାହୀ,ସାଗର ବେହେରା ଯୋଗଦେଇ ରୋଗ ନିଦାନ କରିଥିଲେ।ଏହି ସ୍ବାସ୍ଥ୍ଯ ଶିବିରକୁ ଉଆର୍ଡ ସଭ୍ଯ ନିରଞ୍ଜନ ସ୍ବାଇଁ,ନାନୁ ପ୍ରଧାନ, ସୁଶାନ୍ତ ଗୌଡ,ହରିହର ସ୍ବାଇଁ,ନରସିଂହ ସ୍ବାଇଁ,ଧନୁ ସ୍ବାଇଁ,ରାମଚନ୍ଦ୍ର ସ୍ବାଇଁ ପ୍ରମୁଖ ପରିଚାଳନା କରିବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।