ସରସ୍ବତୀ ଶିଶୁ ମନ୍ଦିର ରେ ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୁଷୋତ୍ତମପୁର,(ପ୍ରସନ କୁମାର ଦାସ):- ସହର ଷ୍ଟିତ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ର ବିଂଶତମ ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବର ରେଅନୁଷ୍ଠାନ ର ପ୍ରଧାନ ଗୁରୁଜୀ ନିରଞ୍ଜନ ଡାକୁଆ ଙ୍କ ସଂଯୋଜନା ରେ ଆରମ୍ଭ ହୋଇଛି | ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଖଲିକୋଟ ବିଧାୟକ ଶ୍ରୀ ପୁର୍ଣ ଚନ୍ଦ୍ର ସେଠି , ସମ୍ମାନିତ ଅତିଥି ଭାବେ ଗଂଜାମ ଜ଼ିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅରୁଣ କୁମାର ପଣ୍ଡା, ବିଜ୍ଞାପିତ ଅଂଚଳ ପରିଷଦ ନଗରପାଳ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଲକ ଅଧକ୍ଷା ପିଙ୍କି ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଏସ ଗିରିଧାରୀ, ଏବଂ ମୁଖ୍ୟ ବକ୍ତା ଶ୍ରୀ ସତ୍ୟନାରାୟଣ ପଟ୍ଟନାୟକଙ୍କ ସମେତ ବହୁ ପୂର୍ବତନ ଶିକ୍ଷକ ଓ ସହଯୋଗୀ ଶିକ୍ଷକ ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ | ସର୍ବପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦୀପ ପ୍ରଜ୍ବଳନ ଓ ବନ୍ଦନା କରି ସଭା କାର୍ଯ୍ୟ କୁ ଆରମ୍ଭ କରାଯାଇଥିଲା | ବିଦ୍ୟାଳୟର ସଭାପତି ଶ୍ରୀ ଜଗବନ୍ଧୁ ଦଳେଇ ଅନୁଷ୍ଠାନର ବାର୍ଷିକ ବିବରଣୀ ପଠନ କରିଥିଲେ |ମୁଖ୍ୟ ଅତିଥି ତାଙ୍କର ଉଦବୋଧନ ରେ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା ସହିତ ଅଭିଭାବକ ମାନଙ୍କର ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ | ନଗରପାଳ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ତାଙ୍କର ଉଦବୋଧନରେ କିପରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମସ୍ତ ସଦସ୍ୟ, ଶିକ୍ଷକ ଓ ଶକ୍ଷୟିତ୍ରୀ ତାଙ୍କର ପରିଶ୍ରମ, ଅବଦାନ ଓ ଚେଷ୍ଟା ଦ୍ୱାରା ଆଜି ଏହି ବିଦ୍ୟାଳୟ ସହରରେ ଏକ ନାମ ପ୍ରତିଷ୍ଠା କରିପାରିଛି ତାହା ଉପରେ ଆଲୋକପାତ କରିଥିଲେ | ସେ ଆହୁରି ବିଦ୍ୟାଳୟର ଉନ୍ନତି ପାଇଁ ଭବିଷ୍ୟତରେ ଯଦି କିଛି ସାହାଯ୍ୟର ଆବଶ୍ୟକତା ପଡେ ତା ହେଲେ ସେ ନିଶ୍ଚିତ ସାହାଯ୍ୟ କରିବେ ନାହିଁ ବୋଲି ପ୍ରକାଶ କାଇଥିଲେ | ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଏସ ଗିରିଧାରୀ ପିଲାମାନଙ୍କର ଭବିଷ୍ୟତ ଓ ଉତ୍ତମ ଚରିତ୍ର ପାଇଁ ବିଭିନ୍ନ ଗୁରୁମନ୍ତ୍ର ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଅତିଥିଗଣ ନିଜ ବକ୍ତବ୍ୟରେ ବିଦ୍ୟଳୟ ତଥା ଛାତ୍ର ଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସମସ୍ତ ପିଲାମାନେ ଭଲ ପାଠ ପଢି ବାପା,ମାଆ ଓ ଦେଶ ଜାତିର ନାଁ ରଖିବା ସହିତ ଭଲ ମଣିଷ ହେବାକୁ କାମନା କରିଥିଲେ |ଶେଷରେ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର,ସିଲ ବିତରଣ କରାଯାଇଥିଲା |ସରସ୍ବତୀ ଶିଶୁ ମନ୍ଦିର ରେ ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ନୃତ୍ୟ ଓ ସଂଗୀତ ରେ ଉପସ୍ଥିତ ଅଭିଭାବକ ଓ ଦର୍ଶକ ମାନେ ଭାବବିଭୋର ହୋଇ ଯାଇଥିଲେ |ଏହି ବାର୍ଷିକ ଉତ୍ସବରେ ଅନୁଷ୍ଠାନର ସମସ୍ତ ଗୁରୁ ମା ଓ ଗୁରୁଜୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ,ତତ ସହିତ ସ୍କୁଲର ସମସ୍ତ ସଦସ୍ୟ ବୃନ୍ଦ ମଧ୍ୟ ସହଯୋଗ କରିଥିଲେ |ଏହି ଉତ୍ସବକୁ ଶ୍ରୀମତୀ ସୁନା ରାଣୀ ପାଳ ସୁଚାରୁ ରୂପେ ପରିଚାଳନା କରିଥିଲେ | ଶ୍ରୀମତୀ ପ୍ରମୋଦିନୀଗୁରୁମା ଓ ତ୍ରିପୁରା ଗୁରୁମା ଉଦଘୋଷଣା କରିଥିଲେ |କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଶ୍ରୀମତୀ ସୁଚିତ୍ରା ସୁଚିତ୍ରା କୁମାରୀ ପଣ୍ଡା ଓ ଶ୍ରଦ୍ଧାଞ୍ଜଳି ବେହେରା ଶିଶୁ ଭଉଣୀ ମାନଙ୍କ ଦ୍ବାରା ଅତିଥୁ, ଅଭିଭାବକ /ଅଭିଭାବିକା ଓ ଶିଶୁ ଭାଇ ଭଉଣୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ |ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଅତିଥ୍‌ଙ୍କ ପରିଚୟ ପ୍ରଦାନ କରିଥିଲେ | ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା, ଉପସଭାପତି ଶ୍ରୀଯୁକ୍ତ ହରିହର ପଣ୍ଡା, ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା, କୋଷାଧ୍ୟକ୍ଷ୍ ଶ୍ରୀଯୁକ୍ତ ରାଜ କିଶୋର ସାସମଲ, ଯୋଗଦେଇଥିଲେ | ଏହି ଉତ୍ସବ ରେ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ | ମୁଖ୍ୟବକ୍ତା ମାନନୀୟ ଶ୍ରୀଯୁକ୍ତ ସତ୍ୟନାରାୟଣ ପଟ୍ଟନାୟକ ( ଶିକ୍ଷାବିକାଶ ସମିତି, ଓଡିଶା) ଏବଂ ଶ୍ରୀଯୁକ୍ତ ଦେବେନ୍ଦ୍ର ପଟ୍ଟନାୟକ (ଶିକ୍ଷା ଶୃଜନୀର ସମ୍ପାଦକ) ମହୋଦୟ ଯୋଗ ଦେଇ ଶିଶୁ ଭାଇ ଭଉଣୀ ଙ୍କୁ ବହୁ ମୂଲ୍ୟବାନ କ‌ଥାକ‌ହି ଜୀବନ ରେ ଏକ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ | ଶିଶୁମାନଙ୍କୁ ଅତିଥ୍‌ ଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା | ପୂର୍ବ ଛାତ୍ରୀ ଅନୁଷ୍କା ପ୍ରିୟସ୍ମିତା, ରାଜେଶ୍ବରୀ ଓ ପୂର୍ବ ଛାତ୍ର ଆଦିତ୍ୟ ପ୍ରସାଦ ପାଢ଼ୀ, ତାରିଣୀ ଗୁରୁଜୀ ଓ ସୁନା ଗୁରୁମାଙ୍କ ନିର୍ଦ୍ଦେଶରେ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ହୋଇଥିଲା | ଏହି ଉତ୍ସବ ରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ଓ ବାହାନ ଚାଳକ ଭାଇ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବହୁ ସଂଖ୍ୟା ରେ ଶିଶୁ ମଧ୍ଯ ଯୋଗ ଦେଇଥିଲେ |

You might also like
error: Content is protected !!