ସଚ଼େତନତା ଶିବିର ଓ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆର.ଉଦୟଗିରି (ମନୋଜ କୁମାର ପାଢୀ,୬/୨):-ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଳକ୍ ଅନ୍ତର୍ଗତ ମହେନ୍ଦ୍ରଗଡ଼ ପଞ୍ଚାୟତ ମିଟିଙ୍ଗ୍ ହଲରେ । ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଙ୍କ ଘୋଶିତ ୧୮ ପ୍ରକାର କାମ ସହିତ ସମ୍ପୃକ୍ତ ବ୍ୟକ୍ତି ବିଷେସ ମାନେ , ଯଥାଶିଘ୍ର ନିକଟସ୍ତ ଜନସେବା କେନ୍ଦ୍ରକୁ ନିମ୍ନୋକ୍ତ ସର୍ବନିମ୍ନ କାଗଜ ପତ୍ର ସହିତ ଜାଇ ପଞ୍ଜିକରଣ କରିବାକୁ କୁହାଗଲା , ଏହି ଯୋଜନା ୧୭ ସେପ୍ଟେମ୍ବର ୨୦୨୩ ମଶିହା ଠାରୁ କାର୍ଯ୍ୟକ୍ଷମ ହୋଇଥିଲା । କିନ୍ତୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ ବୋଲି ମହେନ୍ଦ୍ରଗଡ଼ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ର ବ୍ୟାଙ୍କ୍ ମ୍ୟାନିଜର ସୁଶାନ୍ତ କୁମାର ସାହୁ ମତ ପ୍ରକାଶ କରିଥିଲେ ।ପୁଣି ପଞ୍ଜିକରଣ ସମ୍ପୁ୍ଣ୍ଣି ମାଗଣା ,ଏଣୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜାନରେ ଲାଭ ଉଠେଇବା ପାଇଁ ୧୮ ବର୍ଷ ରୁ ଉର୍ଦ୍ଦ ହୋଇଥିବା କାରିଗର ବା କାର୍ଯ୍ୟକର୍ତ୍ତା ମାନେ ପଞ୍ଜିକରଣ କରିପାରିବେ | ତେବେ ଏହି ଶିବିର ରେ ପ୍ରାୟ ମହେନ୍ଦ୍ରଗଡ଼ ପଞ୍ଚାୟତର ସରପଞ୍ଚ କୁମ ଦିନି ଗମାଙ୍ଗ ଏବଂ ୱାର୍ଡ ମେମ୍ବର ସଭ୍ୟା ସଭ୍ୟ ମାନଙ୍କ ସହ ପ୍ରାୟ ୧୫୦ ରୁ ଅଧିକ ଲୋକ ଙ୍କ ସହ ଜେନେରାଲ ମ୍ୟାନେଜର ଏସ୍ ଆର ସିଂ ଡି ଆଇ ସି ସାଧାରଣ ପରିଚାଳକ ଏବଂ , ପ୍ରୋଜେକ୍ଟ ଗୋଡ଼ିନେଟର ଡି ଆଇ ସି ଙ୍କ ନେତୃତ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।