ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ ବିଦ୍ଯାପୀଠର ବାଷିର୍କ ପୁରସ୍କାର ବିତରଣ ଉତ୍ସବ

ଛତ୍ରପୁର,(ବିଚିତ୍ର ସାହୁ):-ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ ବିଦ୍ଯାପୀଠର 49ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରସରରେ ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ଯ ଅତିଥି ରୂପେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ବ୍ରହ୍ମପୁର ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ମନୋଜ କୁମାର ସେଠୀ ଯୋଗଦେଇ ବିଦ୍ୟାଳୟରେ ତାଙ୍କର ଅନୁଭୂତି ବର୍ଣ୍ଣନା କରି ଛାତ୍ର ଛାତ୍ରୀ ମାନେ ସମୟାନୁବର୍ତ୍ତୀ ସହ ଶିକ୍ଷକ ମାନଙ୍କର ଆଶୀର୍ବାଦ ନେଇ ପାଠ ପଢି ଭଲ ଲୋକ ହେବା ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସେବାନିବୃତ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ଯୋଗଦେଇ ଛାତ୍ର ଛାତ୍ରୀ ଆଳସ୍ୟପଣ ତ୍ଯାଗ କରି ସତ୍ଯ ବଚନ,ଆସ୍ତିବାଚକ ଚିନ୍ତନ,ସମୟାନୁବର୍ତ୍ତୀ, ଗୁରୁଜନଙ୍କୁ ଭକ୍ତି କରି ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।ମୁଖ୍ଯ ବକ୍ତା ଭାବେ ଛତ୍ରପୁରର ଅତିରିକ୍ତ ତହସିଲ ଦାର ମନୋଜ କୁମାର ପ୍ରଧାନ ଯୋଗଦେଇ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ।ସରପଞ୍ଚ ବି.ସୁଦାମ,ସମିତି ସଭ୍ଯା ମୀନା କୁମାରୀ ସାହୁ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରସିଂହ ଜେନା ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥୀ,ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା,ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଜେ.ସେନାପତି ରେଡି,ଏସ୍.ଏମ୍.ସି ସଭାପତି ସୁରେନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମଞ୍ଚାସୀନ ଥିଲେ।ପ୍ରଧାନଶିକ୍ଷକ ବିବରଣୀ ପାଠ କରି ବିଦ୍ୟାଳୟର ଅଭାବ, ଅସୁବିଧା ସମ୍ପର୍କରେ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଅତିଥିବୃନ୍ଦ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ।ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ଅଭିରାମ ସାହୁ ମଞ୍ଚ ସଂଚାଳନ କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ପାଢୀ,ଜୟଶ୍ରୀ ଦୋରା,ସ୍ନେହାଶୀଷ ମହାନ୍ତି,ଏନ.ସି.ସି.ର ଫାଷ୍ଟ ଅଫିସର ସୁଧାକର ବଳୀ,ଯୁଧିଷ୍ଠିର ବେହେରା,ନନ୍ଦିନୀ ରାଣୀ ସେଠୀ,ଭାଗିରଥି ମିଶ୍ର, ଯମୁନା ରେଡି,ଉଷାରାଣୀ ମିଶ୍ର, ପର୍ଶୁରାମ ପାତ୍ର ପମୁଖ କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ।ଶେଷର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଯମୁନା ରେଡି ଓ ଜୟଶ୍ରୀ ଦୋରା ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ସୁଧାକର ବଳୀ ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!