ବ୍ଲକ୍ ସ୍ତରୀୟ ନିପୁଣ ଓଡିଶା ମେଳା ମୌଳିକ ତଥା ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ

ଆର,ଉଦୟଗିରି (ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ନିପୂଣ ଓଡିଶା ମେଳା ତଥା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।
ମୁଖ୍ୟ ଅତିଥି ଭାବେ ଡାଈଟ ଗଜପତିର ଶିକ୍ଷୟତ୍ରୀ ସୋନାଲି ରାଉତ, ସମ୍ମାନିତ ଅତିଥି ଭାବରେ ABEO ଏସ.ପାପାରାଓ ,ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମରେ ରାୟଗଡ କ୍ଲଷ୍ଟରରେ ଥିବା ପ୍ରତ୍ୟେକ ସ୍କୁଲ ଗୁଡିକରେ ଦଶ ଜଣ ଛାତ୍ରଛାତ୍ରୀ, ଦଶଜଣ ଅଭିଭାବକ ଓ ଜଣେ ଶିକ୍ଷକଙ୍କୁ ନେଇ ନିପୁଣ ଓଡିଶା ମେଳା ବା ମୌଳିକ ସ୍ବାକ୍ଷରତା ଓ ସାଂଖ୍ୟ ଜ୍ଞାନ (ଏଫ୍.ଏଲ.ଏନ) ଶିକ୍ଷଣ ସାମଗ୍ରୀର ପ୍ରଦ୍ରଶନ ମେଳା ଅନୁଷ୍ଠିତ ହୋଇଯାଇଛି।
ଜିରାଙ୍ଗ,ଡମ୍ବାଳ,ଲକ୍ଷ୍ମୀପୁର,କଇଁପୁର,ଲୋବା,ଜଲାଙ୍ଗ,କରଡ଼ାସିଂ, ନାରାୟଣପୁର, ମାର୍ଲବା, ଗଙ୍ଗାବାଡ ଓ ଗଣ୍ଡାହାତି କ୍ଲଷ୍ଟର ରେ ଏହି ଭଳି କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ସମସ୍ତ ସି.ଆର.ସି.ସି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Smart Computer Ad
You might also like
error: Content is protected !!