ତୁମ୍ବା ଗ୍ରାମରେ ପାଳ ଗଦାରେ ଲାଗିଲା ନିଆଁ

ଆର,ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତର ତୁମ୍ବା ଗ୍ରାମର ଏକ ପାଳ ଗଦାରେ ଅପରାହ୍ନ ପାଞ୍ଚଟା ବେଳେ ନିଆଁ ଲାଗି ଯାଇଛି। ସ୍ଥାନୀୟ ଲୋକେ ୧୦୮ ନମ୍ବର କୁ କଲ କରି ସୂଚନା ଦେବା ପରେ ରାୟଗଡ଼ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ଉକ୍ତ ଗାଁ କୁ ଭଲ ରାସ୍ତା ଖଣ୍ଡିକ ନଥିବା ବେଳେ ଅଗ୍ନିଶମ କର୍ମଚାରୀଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା।

You might also like
error: Content is protected !!