ଶ୍ରୀ ନୀଳ ମାଧବ ଜୀଉଙ୍କ ଜାମା ଲାଗି ବେଶ ଆରମ୍ଭ
ନୟାଗଡ଼(ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ବିଜେ ପ୍ରଭୁ ଶ୍ରୀଶ୍ରୀ ନୀଳମାଧଵଜୀଉ ଙ୍କର ପାରମ୍ପରିକ ଜାମା ଲାଗି ବେଶ ପବିତ୍ର ବସନ୍ତ ପଞ୍ଚମୀ ଠାରୁ ଆରମ୍ଭ ହୋଇଛି l ଏହି ଅବସରରେ ଶ୍ରୀଉ ଙ୍କ ବିଜେ ପ୍ରତିମା ଶ୍ରୀ ମଦନମୋହନ ମଣି ବିମାନ ରେ ଦୟଣା ଚୋରୀ ବଗିଚାକୁ ବିଜେ ହୋଇଥିଲେ ଓ ସେଠାରେ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହୋଇଥିଲା l ଜାମାଲାଗି ବେଶ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏହା ପୂର୍ବରୁ ପ୍ରତି ବର୍ଷ ଭଳି ଗତ ଓଢଣ ଷଷ୍ଠି ଠାରୁ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଆପାଦ ମସ୍ତକ ଓଢଣୀ ଲାଗି ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ l