କୋଟଗଡ ବ୍ଲକ କଲୋନୀ ବିଦ୍ୟାଳୟରେ ଇକୋ ପ୍ରଦର୍ଶନୀ ମେଳା ଆୟୋଜିତ

କନ୍ଧମାଳ(ସୁକାନ୍ତ କୁମାର ତ୍ରିପାଠୀ)କୋଟଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଳକ୍ କଲୋନୀରେ ଇକୋ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଛି ।ଏଥିରେ ମୁଖ୍ୟଅତିଥି ବିଡିଓ ଶୁଭକାନ୍ତ ନାୟକ,ମୁଖ୍ୟବକ୍ତା ରୂପେ ତହସିଲଦାର ଉପେନ୍ଦ୍ର ଲୁହା,ବିଚାରକ ରୂପେ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରା,ଅନନ୍ତି ସାମନ୍ତ , ଜିଲ୍ଲା ସଂଯୋଜକ ସିନି ଟାଟା ଟ୍ରଷ୍ଟ ପ୍ରକାଶ ଚନ୍ଦ୍ରପଣ୍ଡା,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଯିରିମିୟ ସୁନାମାଝୀ,ବିଆରସିସି.ରଘୁନାଥ ମଲ୍ଲିକ, ଏବିଓ ବିନ୍ଦୁ ନାୟକ, ବିଦ୍ୟାଳୟର ଅଧ୍ୟକ୍ଷ ଦୁଃଶାସନ ବଳିଆରସିଂ, ପ୍ରଧାନଶିକ୍ଷକ ସୁଶୀଳ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବ ରେ,ନଟବର ମଲ୍ଲିକ,ଯିଶାୟ ମାଝୀ, ସୁଜାନୁ କୁମାର ଦତ୍ତରାୟ, ଗୋକୁଳ ନାୟକଙ୍କ ଉପସ୍ଥିତିରେ ନାଗାର୍ଜୁନ ବଡସେଟ ସି,ଆର୍,ସି, ସି, କୋଟଗଡ଼ ପରିଚାଳନା କରିଥିଲେ | ଅତିଥିମାନେ ବର୍ତମାନ ଦ୍ରୁତ ଗତିରେ ହେଉଥିବା ପ୍ରଦୂଷଣ ଓ ବିଶ୍ବ ତାପାୟନ, କିପରି ଇକୋ ପ୍ରଦର୍ଶନୀ ଦ୍ବାରା ସମାଜକୁ ସଚେତନ କରିବା, ପ୍ରଦୂଷଣ ନିୟନ୍ତ୍ରଣ କରିବା, ଆଗାମୀ ପିଢ଼ିକୁ ସୁରକ୍ଷା ପ୍ରଦାନ କରିବା ବିଦ୍ୟାର୍ଥୀଙ୍କୁ ଅବଗତ କରିଥିଲେ |ଜିଲ୍ଲା ବିଜ୍ଞାନ ସଂଯୋଜକ ଅଶୋକ କୁମାର ପାତ୍ର ସହ ଅତିଥିଗଣ ବିଜ୍ଞାନମେଳା ପରିଦର୍ଶନ କରିଥିଲେ | ଏଥିରେ ମାଦାଗୁଡା ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ସଞ୍ଜିତା ବିନ୍ଧାଣୀ ପ୍ରଥମ ସ୍ଥାନ, କେଶ୍ରାଗୁଡା ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ର ଚନ୍ଦୁ ବଳିଆରସିଂ ଦ୍ବିତୀୟ ଓ ସୁଭାଷିନୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ମନୋଜ ତୁମ୍ବା ତୃତୀୟ ସ୍ଥାନ ଭାବରେ ଯଥାକ୍ରମେ ୧୦୦୦/ଟଙ୍କା,୭୦୦ଟଙ୍କା ଓ୫୦୦ଟଙ୍କାହାସଲ କରିଥିଲେ।କୃତି ଛାତ୍ର ଛାତ୍ରୀଙ୍କୁ ଆଗାମୀ ୦୫/୦୨/୨୦୨୫ତାରିଖ ଦିନ ହବାକ୍ ହାଇ ସ୍କୁଲ୍,ଉଦୟଗିରିରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟ କ୍ରମରେ ଯୋଗଦେବାକୁ ଗାଇଡ୍ ଶିକ୍ଷକ ଶ୍ରୀ ସୁଦାମ କହଁର,ଶ୍ରୀ ହରିହର ପାତ୍ର, ଶ୍ରୀ ସତ୍ୟ ନାରାୟଣ ପଣ୍ଡାଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ସହ ଶିକ୍ଷକ, ଶିକ୍ଷିକା ଓ ଅନ୍ୟମାନେ ସହଯୋଗ କରିଥିଲେ |

You might also like
error: Content is protected !!