ବାଲିଗୁଡ଼ାରେ ୧୩୬ ବାଟାଲିୟନ ବିଏସ୍‌ଏଫ୍ ପକ୍ଷରୁ ଧୁମ୍‌ଧାମ୍‌ରେ ପାଳିତ

ବାଲିଗୁଡ଼ା,୮/୧୧:ସୁକାନ୍ତ କୁମାର ତ୍ରିପାଠୀ : ଆଲୋକର ପର୍ବ ଦୀପାବଳି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ୧୩୬ ବାଟାଲିୟନ ବିଏସ୍‌ଏଫ୍‌ର ମୁଖ୍ୟାଳୟ (THQ) ସମେତ ବିଭିନ୍ନ କମ୍ପାନୀ ଅପରେଟିଂ ବେସ୍‌ (COB) ଗୁଡ଼ିକରେ ମହାଆଡ଼ମ୍ବର ଓ ଉତ୍ସାହର ସହ ଦୀପାବଳି ପାଳନ କରାଯାଇଛି। ପାରମ୍ପରିକ ରୀତିନୀତି ସହ ଦୀପ ଜାଳି ଆଲୋକର ପର୍ବକୁ ଉପଭୋଗ କରିଥିଲେ ବିଏସ୍‌ଏଫ୍ ଅଧିକାରୀ ଓ ଯବାନମାନେ।ଏହି ଉତ୍ସବର ନେତୃତ୍ୱ ନେଇଥିଲେ ୧୩୬ ବାଟାଲିୟନ ବିଏସ୍‌ଏଫ୍‌ର କମାଣ୍ଡାଣ୍ଟ ଶ୍ରୀ ମାନସ ରଞ୍ଜନ ପଣ୍ଡା। ତାଙ୍କ ସହ ୨ଆଇସି ଶ୍ରୀ ସତପାଲ ସିଂହ, ଡେପୁଟି କମାଣ୍ଡାଣ୍ଟ ଶ୍ରୀ କେ.କେ. ଦାଶ ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ନିର୍ମଳ ଚନ୍ଦ୍ର ଦାସଙ୍କ ସମେତ ୨୦ରୁ ଅଧିକ ଅଧିକାରୀ ଓ ୪୬ ଜଣ

ବାଲିଗୁଡ଼ାରେ ୧୩୬ ବାଟାଲିୟନ ବିଏସ୍‌ଏଫ୍ ପକ୍ଷରୁ ଧୁମ୍‌ଧାମ୍‌ରେ ପାଳିତ

ଯବାନ ଉତ୍ସବରେ ସାମିଲ ହୋଇଥିଲେ।ଏହି ଅବସରରେ କ୍ୟାମ୍ପ ପରିସର ଓ ସୁରକ୍ଷା ପ୍ରାଚୀର ନିକଟରେ ପାରମ୍ପରିକ ମାଟିଦୀପ ଓ ମହମବତୀ ଜଳାଇ ଆଲୋକମୟ କରାଯାଇଥିଲା। ଆଲୋକର ଅନ୍ଧକାର ଉପରେ ବିଜୟ ଏବଂ ସାହସର ଭୟ ଉପରେ ବିଜୟର ପ୍ରତୀକ ଭାବେ ଏହି ଦୀପ ପ୍ରଜ୍ୱଳନ କରାଯାଇଥିଲା। ବରିଷ୍ଠ ଅଧିକାରୀମାନେ ଯବାନଙ୍କ ସହ ମିଶି ଉତ୍ସବର ଆନନ୍ଦ ଉପଭୋଗ କରିବା ସହ ମୁଖ୍ୟାଳୟ ପକ୍ଷରୁ ପଠାଯାଇଥିବା ମିଠା ଓ ଉପହାର ପ୍ରତ୍ୟେକ ଯବାନଙ୍କୁ ବଣ୍ଟନ କରିଥିଲେ।ପରିବେଶ ଅନୁକୂଳ ବାଣ ଫୁଟାଇବା ସହ ହସଖୁସି ଓ ଭାଇଚାରା ମଧ୍ୟରେ ଦୀପାବଳି ପାଳନ ହୋଇଥିଲେ ମଧ୍ୟ ସୁରକ୍ଷା ଦାୟିତ୍ୱରେ କୌଣସି ଅବହେଳା କରାଯାଇନଥିଲା। ଗୋଟିଏ ଦଳ ଉତ୍ସବରେ ସାମିଲ ହୋଇଥିବା

ବାଲିଗୁଡ଼ାରେ ୧୩୬ ବାଟାଲିୟନ ବିଏସ୍‌ଏଫ୍ ପକ୍ଷରୁ ଧୁମ୍‌ଧାମ୍‌ରେ ପାଳିତ

ବେଳେ ଅନ୍ୟ ଦଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସୁରକ୍ଷା ଓ ନିରୀକ୍ଷଣ ଦାୟିତ୍ୱରେ ନିୟୋଜିତ ରହିଥିଲେ। ଫଳରେ ଉତ୍ସବର ଆନନ୍ଦ ସହିତ ଦିନରାତି ସୁରକ୍ଷା ସଜାଗତା ମଧ୍ୟ ବଜାୟ ରହିଥିଲା।ଦୀପାବଳିର ଏହି ଉତ୍ସବ ମାଧ୍ୟମରେ ବିଏସ୍‌ଏଫ୍ ଯବାନଙ୍କ ମଧ୍ୟରେ ଏକତା, ଭାଇଚାରା, ମନୋବଳ ଓ ଦେଶପ୍ରେମର ଭାବନା ଆହୁରି ମଜବୁତ ହୋଇଥିବା ଦେଖିବାକୁ ମିଳିଥିଲା। ଦାୟିତ୍ୱ ଓ ଶୃଙ୍ଖଳାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ୧୩୬ ବାଟାଲିୟନ ବିଏସ୍‌ଏଫ୍ ଦୀପାବଳି ପାଳନ କରି ଦେଶର ସୁରକ୍ଷା ପ୍ରତି ନିଜର ଅବିଚଳ ପ୍ରତିବଦ୍ଧତାର ପରିଚୟ ଦେଇଛି।

Smart Computer Ad
You might also like
error: Content is protected !!