ଚାନ୍ଦିପୁଟ ଇନ୍ଦିରା ମେମୋରିଆଲ କଲେଜରେ ବାର୍ଷିକ ଉତ୍ସବ

ଆର, ଉଦୟଗିରି (ମନୋଜ କୁମାର ପାଢୀ):-ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଇନ୍ଦିରା ମେମୋରିଆଲ କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଡିଗ୍ରୀ କଲେଜ ଅଧ୍ୟକ୍ଷ ପୁର୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ସଂଯୋଜନା ରେ ଓ +2 ଅଧ୍ୟକ୍ଷ ଡ଼ଃ. ରାଧା ରମଣ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ପୂର୍ବତନ ଅଧ୍ୟକ୍ଷ କୈଳାଶ ସାହୁ ଯୋଗଦେଇ କଲେଜର ଇତିହାସ ସମ୍ପର୍କରେ କହିଥିଲେ l ମୁଖ୍ୟବକ୍ତା ସମାଜ ସଂଗଠକ ଅଶୋକ ରଣଜିତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବଛାତ୍ର ସଂସଦ ସଭାପତି ଶିବରାମ ସୁଆର, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଷୋୟୀ, ସରପଞ୍ଚ କନକଲତା ପାଲ, ସମିତି ସଭ୍ୟ ସୋମନାଥ ମଣ୍ଡଳ, ବୁଦ୍ଧିଜୀବୀ ଦେବଦତ୍ତ ବେହେରା, ପୂର୍ବତନ ସରପଞ୍ଚ ଜୁରିଆ କାର୍ଜି, ପୂର୍ବତନ ଖେଳ ଶିକ୍ଷକ ସୂର୍ଯ୍ୟ ନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ l ଛାତ୍ର ଛାତ୍ରୀ ମାନେ ବିଦ୍ୟା ଅଧୟନ ସହ ଚରିତ୍ରବାନ ହୋଇ ସମାଜ ସେବା ପ୍ରତି ବ୍ରତୀ ହେବା ଆବଶ୍ୟକ ବୋଲି ବକ୍ତା ମାନେ କହିଛନ୍ତି l ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ସନ୍ୟାସୀ ବେହେରା, ପ୍ରଦୀପ ପାଣିଗ୍ରାହୀ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପରିଚାଳନା କରିଥିଲେ ଏବଂ ଛାତ୍ର, ଛାତ୍ରୀ ମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ l କୃତୀ ଛାତ୍ର, ଛାତ୍ରୀ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲେ l

You might also like
error: Content is protected !!