ଛେଲାଗଡ କ୍ଲଷ୍ଟରରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଆର,ଉଦୟଗିରି (ମନୋଜ କୁମାର ପାଢୀ)-ସାରା ଦେଶରେ ବର୍ତମାନ ଜାତୀୟ ଶିକ୍ଷା ନୀତି 2020 ଲାଗୁ ହୋଇଯାଇଥିବା ବେଳେ ଆଜି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଛେଲାଗଡ ପଞ୍ଚାୟତ ଛେଲାଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟୋର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ସି ଆର ସି ସି ପଦ୍ମଲୋଚନ ବଡନାୟକଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଲାଗଡ ସରପଞ୍ଚ ଡାଳିମ୍ବ ଗମାଙ୍ଗ, ସମିତି ସଭ୍ୟା ଶିବାନୀ ବେହେରଦଳାଇ ସି ଆର ସି ସି ପଦ୍ମଲୋଚନ ବଡ଼ ନାୟକ ,ସ୍ଥାନୀୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାତ୍ର, ଏସ ଏମ ସି ଚ୍ୟାରପର୍ସନ ପ୍ରଦିପ ଲିମା କ୍ଳଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଧ୍ୟେଶ ହେଲା ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀଙ୍କୁ କିଭଳି ଭାବେ ମୌଳିକ ସାକ୍ଷରତା, ଭାଷାଜ୍ଞାନ ଓ ସଂଖ୍ୟା ଜ୍ଞାନର ବୃଦ୍ଧି କରାଇବା l ଏହି କାର୍ଯ୍ୟକ୍ରମରେ ଏହି କ୍ଳଷ୍ଟର ପ୍ରତିସ୍କୁଲର 10 ଜଣ ଛାତ୍ର, ଛାତ୍ରୀ ଓ 10 ଜଣ ଅଭିଭାବକ ସମେତ ମୋଟ 300 ଛାତ୍ର ଛାତ୍ରୀ ଯୋଗଦେଇଥିଲେ lବିଦ୍ୟାଳୟ ଚାରି ଗୋଟି ଷ୍ଟୋଲ ଯେପରିକି ଭାଷାଜ୍ଞାନ ଷ୍ଟୋଲ, ସଂଖ୍ୟାଜ୍ଞାନ ଷ୍ଟୋଲ, ସୂଚନାତ୍ମକ ଷ୍ଟୋଲ ଓ ମତାମତ ଷ୍ଟୋଲ ମାଧ୍ୟମରେ ଶିକ୍ଷକ ମାନେ ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ l ଏବଂ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Smart Computer Ad
You might also like
error: Content is protected !!