ଆଦିବାସୀ ମହାବିଦ୍ୟାଳୟ ଠାରେ ପାଠ୍ୟଚକ୍ର ଅନୁଷ୍ଠିତ
ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ଗତକାଲି ଆଦିବାସୀ ମହାବିଦ୍ୟାଳୟ, ବାଲିଗୁଡା ର ବାଣିଜ୍ୟ ବିଭାଗ ତରଫ ରୁ “CORPORATE SOCIAL RESPONSIBILITY” ବିଷୟରେ ଏକ ପାଠ୍ୟଚକ୍ର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ର ଅଧକ୍ଷ କାର୍ତ୍ତିକ ଚନ୍ଦ୍ର ସି ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ଏଵଂ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ର ବଣିକ ଅନୁଷ୍ଠାନ ର ପରିଚାଳକ ଆକାଶ କୁମାର ଜେନା ଯୋଗଦାନ କରିଥିଲେ।ବିଭାଗୀୟ ମୁଖ୍ୟ ସରୋଜ କୁମାର ପାଠୀ,

ଅଧ୍ୟାପକ ସଲାରାମ ମାରଣ୍ଡି ଓ ଦଣ୍ଡପାଣି ଭୂୟାଁ ପାଠ୍ୟଚକ୍ର ରେ ଉପସ୍ଥିତ ଥିଲେ । +୩ ଶେଷବର୍ଷ ର ଛାତ୍ର ରୁଦ୍ର ଗୌନ୍ତିଆ ଏବଂ ଛାତ୍ରୀ ସେରନ୍ ଦିଗଲ ପାଠ୍ୟଚକ୍ର ଉପସ୍ଥାପନ କରିଥିଲେ ।ସମସ୍ତ ଛାତ୍ରଛାତ୍ରୀ ପ୍ରଶ୍ନୋତ୍ତର କାର୍ଯକ୍ରମ ରେ ଭାଗ ନେଇଥିଲେ। ପରିଶେଷରେ ଅଧ୍ୟାପକ ଶ୍ରୀ ତାପସ କୁମାର ବାରିକ ଧନ୍ୟବାଦ ଜ୍ଞାପନ କରିଥିଲେ
