ନାରାବାଜି କରି ପୋଷ୍ଟର ପୋଡିଲା ବିଜେପି    

 ନୟାଗଡ(ପ୍ରଭାକର ଶିରୋମଣି):- ସଂସଦ ଗୃହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀ ଗତ ଶୁକ୍ରବାର ୩୧ ତାରିଖରେ ଅପମାନ ଜନକ ଟିପ୍ପଣୀ ଦେଇଥିବାରୁ ଗତ କାଲି ୩୧ ତାରିଖ ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ଡାକ ବଙ୍ଗଳା ଛକ ଠାରେ ଭାରତୀୟ ଜନତା ଦଳ କର୍ମୀ ମାନଙ୍କ ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲା l  ଉଲ୍ଲେଖ ଯୋଗ୍ୟ ଯେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱ ରେ କର୍ମୀମାନେ “ସୋନିଆ ଗାନ୍ଧୀ “ଓ “ରାହୁଳ ଗାନ୍ଧୀ ମୁର୍ଦାବାଦ, ” “କଂଗେସ ଡାଉନ ଡାଉନ ” ଆଦି ନାରା ଦେଇ କଂଗ୍ରେସ ଦଳର ପୋଷ୍ଟର ପୋଡି ଦେଇଥିଲେ l ଏହି ପ୍ରତିବାଦ ସମୟରେ ଦଳୀୟ କର୍ମୀ ଅଖିଳ କୁମାର ମହାରଣା, କଣ୍ଟିଲୋ ର ପୂର୍ବତନ ସରପଞ୍ଚ ପ୍ରତାପ ଚନ୍ଦ୍ର ସାହୁ, ରାଜେଶ କୁମାର ସାହୁ ଓ ସନ୍ତୋଷ କୁମାର ସାହୁ ସମେତ ପଚାଶରୁ ଉର୍ଦ୍ଧ୍ୱ କର୍ମୀ ଉପସ୍ଥିତ ଥିଲେ l            

Smart Computer Ad
You might also like
error: Content is protected !!