୧ରୁ ବ୍ରହ୍ମପୁର ମହୋତ୍ସବ
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ବ୍ରହ୍ମପୁର ମହୋତ୍ସବ ଆସନ୍ତା ୧ ରୁ ୬ପର୍ଯ୍ୟନ୍ତ ସ୍ଥାନୀୟ ଇଞ୍ଜିନିୟରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ l ଏଥିରେ ରେ ରାଜ୍ୟ ଓ ରାଜ୍ୟ ବାହାର ଭିନ୍ନ ଭିନ୍ନ ଷ୍ଟଲ ସହ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ l ପ୍ରତ୍ୟକ ଦିନ ସାହିତ୍ୟ ଓ ସଂସ୍କୃତି ଶୀର୍ଷକ ସହ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହେବ l ଏକ ସାମ୍ବାଦିକ ସମିଳନୀ ରେ ଆୟୋଜକ ତଥା ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ ସୂଚନା ଦେଇଛନ୍ତି l ଏହି ଅବସରରରେ ଇ ପ୍ରଶାନ୍ତ କୁମାର ପାତ୍ର, ଗୋପାଳ ପଟନାୟକ, ପ୍ରକାଶ ଭାଜନୀ, ସଞ୍ଜୟ ମାଝୀ,ରବିଶଙ୍କର,ବିଭୀଷଣ ମଲିକ,ତପନ ପଣ୍ଡା,ନିବେଦିତା ପାଢ଼ୀ, ସାଧନା ପାଢ଼ୀ,ରିତାଞ୍ଜଳି ସ୍ୱାଇଁ,ମିନା ଦାଶ,ଅନିଲ ପାତ୍ର,ଅନନ୍ତ ପ୍ରଧାନ, ମନରଞ୍ଜନ ପାଢ଼ୀ,ପଣ୍ଡିତ ଶୁଭମ ପଣ୍ଡା ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ l
