ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରାଇବିଜି ଠାରେ ବାର୍ଷିକ ମହୋତ୍ସବ ପାଳିତ
ଚନ୍ଦ୍ରପୁର, କୈଳାଶମାଳ ବିଶୋୟୀ: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ହନମନ୍ତପୁର ପଞ୍ଚାୟତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରାଇବିଜି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁରାଧା ଲିଙ୍ଗମ ଙ୍କ ନେତୃତ୍ୱ ରେ ଆଜି ରାଇବିଜି ଠାରେ ବାର୍ଷିକ ମହୋତ୍ସବ ପାଳିତ ହୋଇଛି l ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟୀନ କିମ୍ଵାକା ଯୋଗଦେଇଥିଲେ l ମୁଖ୍ୟ ବକ୍ତା ଭାବେ ରାୟଗଡା ମଣ୍ଡଳ ଶିକ୍ଷଧିଶ ଶ୍ରୀ ଶ୍ୟାମଘନ ଭୁୟାଁ ସୁତନ୍ତ୍ର ଅତିଥିଭାବେ ପ୍ରାକ୍ତନ ଜ଼ିଲ୍ଲାମଙ୍ଗଳ ଅଧିକାରୀ କୋରାପୁଟ ଶ୍ରୀ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇଥିଲେ l ସମ୍ନାନ୍ୱିତ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀ ସୋମ୍ୟକାନ୍ତ ବାଙ୍ଗୋଲ, ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁଜିତ ବ୍ରେଡ଼େକା, ଶିକ୍ଷା ବିଭାଗ ABEO ବାଳକୃଷ୍ଣ ବିହାରି ବୁଡୁବାଲି ସରପଞ୍ଚ ଭିମ ଗଗେରାଙ୍ଗା ଯୋଗ ଦେଇ ପଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ଠାରେ ଦୀପ ପ୍ରଜ୍ବଳନ କରି ବାର୍ଷିକ ମହୋତ୍ସବ କୁ ଶୁଭାରମ୍ବ କରିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁରାଧା ଲିଙ୍ଗମ ମୁଖ୍ୟ ଅତିଥି, ସାମ୍ନାନୀୟ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉପଢୌକାନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ lପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲିଙ୍ଗମ ପ୍ରଥମେ ବିଦ୍ୟାଳୟ ବିବରଣୀ ପାଠକରିଥିଲେ l ମଞ୍ଚାସିନ ଅତିଥିବୃନ୍ଦ ଛାତ୍ରୀ ମାନଙ୍କୁ ଶିକ୍ଷା ବିଷୟରେ ବୁଝାଇ ବା ସହ ପୂର୍ବରୁ ସ୍କୁଲରେ ଖେଳ ବକୃତା ଓ ବିଭିନ୍ନ ଖେଳ ପ୍ରତିଯୋଗିତା କରିଥିଲେ ଏବଂ ଉତୀର୍ଣ୍ଣ ହୋଇଥିବା ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି, ସମ୍ନାନନୀୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲିଙ୍ଗମ ମୁଖ୍ୟ ଅତିଥି ଶ୍ରୀ କୟିନ କିମ୍ଵାକା ଙ୍କ ଦ୍ୱାରା ପ୍ରାକ୍ତନ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ମଲିକ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ ଓ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ଙ୍କୁ ପ୍ରାକ୍ତନ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ମଲିକ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ l ଏଥିରେ ବିଦ୍ୟାଳୟ ଶିକ୍ଷକ ଶ୍ରୀ ତାପସ କୁମାର ବେହେରା, ଶ୍ରୀ ମାଳି ଜୁନାକା, ଶ୍ରୀ ଦିଲ୍ଲୀପ କୁମାର ମାଝୀ, ଆହୁକ ସ୍ଵାଇ,, ବୁଦୁରାମ ଜାଗେରାଙ୍ଗା, ଶିକ୍ଷୟିତ୍ରୀ ତିଲତମା ଚିଛୁଆନ, ମେଟ୍ରୋନ ଶ୍ରୀମତୀ ସୁଶୀଳା ଦିବାକା, LCCA ବାସନ୍ତି ଦିବାକା, ଲଳିତା ରାଡ଼ିକl SSD ବିଦ୍ୟାଳୟ ହାକୁସପାଙ୍ଗା ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା ପିପଳି, ଡାଙ୍ଗସୋରଡ଼ା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ଦଣ୍ଡସେନା, ନେହୁରାପାଙ୍ଗା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରାଜୁପାଲ, ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନସିପାଲ ଶ୍ରୀ ରଞ୍ଜିତ କୁମାର ପ୍ରଧାନ, SSD ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାସ୍କର ଗମାଙ୍ଗ, ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ, ରାଇବିଜି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକପତି ଗଗେରାଙ୍ଗା ଓ ବିଭିନ୍ନ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଛାତ୍ରୀ ମାନଙ୍କ ଦ୍ୱାରା ନାଚ ଗୀତରେ ଦୁଲୁକିଥିଲା ମଞ୍ଚ ଛାତ୍ରୀ ମାନଙ୍କ ନାଚରେ ଅତିଥି ବୃନ୍ଦ ଖୁସି ଅନୁଭବ କରିଥିଲେ ଏବଂ କ୍ରୀଡା ଶିକ୍ଷକ ଶ୍ରୀ ଆଲୋକ ସ୍ଵାଇ ମଞ୍ଚ ପରିଚାଳନା କରିବାସହ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ଦେଇ ବାର୍ଷିକ ମହୋତ୍ସବ କୁ ସାଙ୍ଗକରିଥିଲେ l
