ବ୍ରହ୍ମପୁର ମହାନଗର ନିଗମ ଦୁର୍ନୀତିରେ ଉବୁଟୁବୁ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)୨୦୨୨ ମସିହାରେ ନୂଆଁ ନିର୍ବାଚିତ ପ୍ରତିନଧିମାନଙ୍କୁ ନେଇ ବ୍ରହ୍ମପୁର ମହାନଗର ନିଗମ ଗଠନ ହୋଇଥିଲା । ଆଶା ଥିଲା ସହରବାସୀଙ୍କ ମୌଳିକ ସମସ୍ୟା ସମାଧାନ ହୋଇପାରିବ। ଇତି ମଧ୍ୟରେ କାଉନସିଲ ଗଠନ ହେବାର ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଯାଇଛି । ସହରର ମୌଳିକ ସମସ୍ୟା ସମାଧାନ କରିବାରେ କାଉନସିଲ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଦୁର୍ନିତି ଓ ଦୁଇ ଟିମ୍ ଲୋକଙ୍କ ଆଶା ପୂର୍ଣ୍ଣ କରିବାରେ ସମ୍ପୂର୍ଣ୍ଣ ବିଫଳ l କାଉନସିଲ ବୈଠକର ଆଲୋଚନାକୁ ମିନଟ ଵୁକ୍ ରେ ଲିପିବଦ୍ଧ ହେଉନଥିବା ଅଭିଯୋଗ ହେଉଛି l ବିଜେଡି ର ବହୁ କର୍ପୋରେଟର ଦୁର୍ନୀତି ଓ ଅନିୟମିତତା ର ଅଭିଯୋଗ ଆଣୁଛନ୍ତି l ବୈଠକ ନୀତି ନାୟମ ପ୍ରକାରେ ନିଦ୍ଧିଷ୍ଟ ସମୟରେ ବସୁନଥିବା ନେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି l ଦୁର୍ନିତିରେ ଉବୁଟୁବୁ ବ୍ରହ୍ମପୁର ପୌର ସଂସ୍ଥା କୋରୋନା ସମୟରେ ବୁଲା ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ଯୋଗାଇବାରେ ଦୁର୍ନିତି ଠାରୁ ଆରମ୍ଭ କରି ସହରରେ ବାଉଁଶ ବ୍ୟାରିକେଟରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନିତି ,ପୋଖୋରୀ ଖୋଳା ଦୁର୍ନିତି,ଗଛ ଲଗାଇବାରେ ଦୁର୍ନିତି,କାନ୍ଥ ବାଡ଼ରେ ତୈଳଚିତ୍ର ଆଙ୍କିବାରେ ଦୁର୍ନିତି, ଡ୍ରେନ ଓ ରାସ୍ତା ଘାଟ ମରାମତିରେ ଦୁର୍ନିତି,ହୋଡ଼ିଂ ନିର୍ମାଣରେ ଦୁର୍ନିତି,ପାର୍କ ସୌନ୍ଦଜ୍ୟକରଣରେ ଦୁର୍ନିତି,ସହର ସଫେଇରେ ଦୁର୍ନିତି,ମଶା ମରା ତେଲ ପ୍ରଭୃତିରେ କୋଟି କୋଟି ଟଙ୍କା ଦୁର୍ନିତି ହlଟରେ ଗଡୁଛି l ଶେଷରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସ୍ଵଷ୍ଠ ନିର୍ଦ୍ଧେଶ ଥିବା ଶ୍ଵତେ ଘର ପାନୁ ବୃଦ୍ଧିକୁ ପ୍ରତ୍ୟାହର ନ କରି ଅହେତୁକ ଘର ପାନୁ ବୃଦ୍ଧିକୁ ଯଥାର୍ଥ ବୋଲି କହିବା ପୌର ପରିଷଦ ନିଜର ଜନ ବିରୋଧୀ ଚରିତ୍ରକୁ ପ୍ରତିପାଦନ କରୁଛି l ଏହିପରି ସ୍ଥଳେ ଓଡ଼ିଶା ପୌର ସଂସ୍ଥା (ନିଗମ) ଆଇନ ୨୦୦୩ ଧାରା ୪୮ ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମକୁ ଭାଙ୍ଗିବାର ସମୟ ଆସିଯାଇଛି ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି l ହୋଇଥିବା ବ୍ୟାପକ ହାରିଲୁଟର ତଦନ୍ତ କରିବା ପାଇଁ ବରିଷ୍ଠ ଆଇନଜୀବୀ ତଥା ବିଜେପି ବ୍ରହ୍ମପୁର ମହାନଗର ନିଗମ ଦୁର୍ନୀତିରେ ଉବୁଟୁବୁ ନେତା, ଶ୍ରୀ ପଣ୍ଡା ଦାବି ଉଠାଇଛନ୍ତି l

You might also like
error: Content is protected !!