ବାର୍ଷିକ କ୍ରୀଡା ଉଦଯାପିତ  

ନୟାଗଡ(ପ୍ରଭାକର ଶିରୋମଣି ) ୩/୧:- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ର ୪୧ ତମ ବାର୍ଷିକ କ୍ରୀଡା ଉତ୍ସବ ଗତ ୩୦ ତାରିଖରେ ଉଦଯାପିତ ହୋଇଯାଇଛି l ଛାତ୍ର ଛାତ୍ରୀ ମାନେ ଏ ଅଞ୍ଚଳ ର ଆରାଧ୍ୟ ପ୍ରଭୁ ଶ୍ରୀ ନୀଳମାଧଵ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରିବା ସହିତ କ୍ରୀଡା ଜ୍ୟୋତିକୁ ଆଣିବା ପରେ କଲେଜ ଅଧ୍ୟକ୍ଷ ଡ଼. ରଣଜିତ କୁମାର ତ୍ରିପାଠୀ, କ୍ରୀଡା ସଂସଦ ର ମୁଖ୍ୟ ଅଧ୍ୟାପକ କାଶୀନାଥ ସୁବୁଦ୍ଧି ଓ ସହକାରୀ ଅଧ୍ୟାପକ ପ୍ରଭାତ କୁମାର ବେହେରା,. କ୍ରୀଡା ଶିକ୍ଷକ ଅଶୋକ କୁମାର ବେହେରା ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ସ୍ୱାଗତ କରିଥିଲେ ଓ କ୍ରୀଡା ପତାକାକୁ ଆନୁଷ୍ଠାନିକ ଭାବେ କଲେଜ ଅଧ୍ୟକ୍ଷ ଡ଼. ତ୍ରିପାଠୀ ଉତ୍ତୋଳନ କରି ଉତ୍ସବକୁ ଉଦଘାଟନ କରିଥିଲେ l ସୂଚନା ଯୋଗ୍ୟ, ଦୁଇ ଦିନ ଧରି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ୭ ତାରିଖ ରେ ହେବାକୁଥିବା ବାର୍ଷିକ ଉତ୍ସବ ଅବସରରେ ପୁରସ୍କୃrତ କରାଯିବ ବୋଲି ଅଧ୍ୟକ୍ଷଙ୍କ ଠାରୁ ପ୍ରକାଶ l  

You might also like
error: Content is protected !!