ବିଦ୍ୟୁତ ତାର ସଂସ୍ବର୍ଶରେ ଆସି ଜଣେ ମୃତ୍ୟୁ :କ୍ଷତିପୂରଣ ଦାବିରେ ମୁଖ୍ୟ ରାସ୍ତାରେ ଧାରଣା

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକ ଚାନ୍ଦିପୁଟ ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଉଚ ମାଧ୍ୟାମିକ ବିଦ୍ୟାଳୟ ପାର୍ଶ୍ବରେ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ସକାଳ ୭ଟା ସମୟରେ ଯୋଡିପଥର ଗ୍ରାମର ପିତା ମନୁ ଦଳବେହେରା ପୁଅ କୃଷ୍ଣ ଦଳବେହେରା ୩୫ ବର୍ଷ ଙ୍କ ୧୧କେଭି ତାର ସଂସ୍ବର୍ଶ୍ବରେ ଆସି ମୃତ୍ୟୁ ବରଣ କରିଛି । ସେ ଦୈନନ୍ଦିନ ମସ୍ତ୍ରୀ କାମ ପାଇଁ ଘରୁ ବାହାରିଥିଲେ ଏବଂ ବିଦ୍ୟୁତ ବିଭାଗର ଅସାବଧାନତା ଯୋଗୁଁ ଏହି ଅଭାବନୀୟ ଘଟିଥିବା ଅଭିଯୋଗ ହେଉଛି । ଗତକାଲି ଠାରୁ ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଥିବା ନେଇ ସ୍ଥାନୀୟ ସମିତିସଭ୍ୟ ସୋମନାଥ ମଣ୍ଡଳ ବିଦ୍ୟୁତ ବିଭାଗର ଯନ୍ତୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ ଅଣଦେଖା କରିଥିଲେ। ଯେହେତୁ ଆଜି ଏହିଭଲି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହେଉଛି । ମୃତ୍ୟୁ ବ୍ୟକ୍ତିଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରି କ୍ଷତିପୂରଣ ଦାବି କରି ମୋହନା ଠାରୁ ପାରଳାଖେମୁଣ୍ଡି ଏବଂ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ଜାତୀୟ ରାଜପଥ କୁ ଅବରୋଧ କରି ରଖୁଛନ୍ତି । ଦଃଖ ପରିତାପର ବିଷୟ ୧୦ଟା ସୁଦ୍ଧା କୌଣସି ବିଭାଗୀୟ କୃତ୍ତପକ୍ଷ କିମ୍ବା ପୁଲିସ ଅଧିକାରୀ ଆସି ନଥିଲେ ।

You might also like
error: Content is protected !!