ଗଞ୍ଜାମ ଜିଲ୍ଲାର ଚାଷୀ ମାନଙ୍କ ଟୋକେନ୍ ଅବଧି ବୃଦ୍ଧି

ଛତ୍ରପୁର(ଆଇ.ଏଣ୍ଡ.ପି.ଆର.ଓ):- ୩୧/୦୧ ଗଞ୍ଜାମ ଜିଲ୍ଲାର ସମସ୍ତ କୃଷକ ମାନଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଉ ଅଛିକି କୌଣସି ଚାଷୀଙ୍କର ଟୋକେନ୍ କ୍ଷତି ହେବାକୁ ଦିଆଯିବ ନାହିଁ।
ଚାଷୀ ମାନଙ୍କ ଟୋକେନ୍ ଅବଧି ବୃଦ୍ଧି କରିବା ନେଇ ରଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୧୦୮୦ ଚାଷୀଙ୍କ ଟୋକେନ୍ ଅବଦ୍ଧି ୧୫ ଦିନ ସକାଶେ ବୃଦ୍ଧି କରଯାଇଛି। ସେହିଭଳି ଆଗାମୀ ଦିନରେ ମଧ୍ୟ ଟୋକେନ୍ ସମୟର ବୃଦ୍ଧି କରାଯିବ। କୌଣସି ଚାଷୀଙ୍କ ଟୋକେନ୍ କ୍ଷତି ହେବାକୁ ଦିଆଯିବ ନାହିଁ। ଆବଶ୍ୟକ ସ୍ଥଳେ ସେମାନଙ୍କ ଟୋକେନ୍ ସମୟସୀମା ବୃଦ୍ଧି କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମତ ଦେଇଛନ୍ତି। ତେଣୁ ଟୋକେନ୍ କ୍ଷତି ହେବା ଗୁଜବକୁ ଚାଷୀଗଣ ବିଶ୍ବାସ କରନ୍ତୁ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଟୋକେନ୍ ବୃଦ୍ଧି କରିବା ନେଇ ଚାଷୀଗଣ ସେମାନଙ୍କ ଅଞ୍ଚଳର ସୋସାଇଟିକୁ ସମ୍ପାଦକ କିମ୍ୱା ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ପାଣି ପଞ୍ଚାଯତ କୁ ଲିଖିତ ଅବଗତ କରାଇ ନିଅନ୍ତୁ। କିମ୍ୱା ଅନଲାଇନ୍ ଜରିଆରେ ସୋସାଇଟି ସେକ୍ରେଟାରୀ (ସମ୍ପାଦକ) ମାଧ୍ୟମରେ ଡି.ଆର.ସି.ଏସ ଙ୍କ ଠାରେ ଦାଖଲ କରିପାରିବେ। ଏଣୁ ଚାଷୀମାନଙ୍କୁ ଅନୁରୋଧ ସେମାନେ ନିଜ ଟୋକେନ୍ ନେଇ ଭୟଭୀତ ହୁଅନ୍ତୁ ନାହିଁ।

You might also like
error: Content is protected !!