ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ କାର୍ଯ୍ୟ ଜୋରଦାର

ଛତ୍ରପୁର(ଆଇ.ଏଣ୍ଡ.ପି.ଆର.ଓ)::-ଜିଲ୍ଲାର ସମସ୍ତ ୨୨ ଗୋଟି ବ୍ଲକ ରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଜୋର୍ ଦାର ରେ ଚାଲିଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ାବଧାନରେ ସମସ୍ତ ଅଧିକାରୀ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଛନ୍ତି। ଚାଷୀଙ୍କ ଧାନ କିଭଳି ମିଲର ଗୁଡିକ ସଂଗ୍ରହ କରୁଛନ୍ତି ସେ ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ନୋଡାଲ ଅଧିକାରୀ ଗଣ ବିଭିନ୍ନ ବ୍ଲକ୍ ଦାୟୀତ୍ବରେ ରହି ଧାନ ସଂଗ୍ରହ ପ୍ରକ୍ରିୟା କାର୍ଯ୍ୟ ଉପରେ ଗୁରୁତ୍ବ ଦେଇ ନଜର ରଖୁଛନ୍ତି। ଜିଲ୍ଲାପାଳ ସମେତ ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣ ସମସ୍ତ ମଣ୍ଡି ପରିଦର୍ଶନ କରି କାର୍ଯ୍ୟ ଗୁଡ଼ିକର ପରିଚାଳନା ସଠିକ ଭାବେ ଚାଲିବ ସେଥି ସକାଶେ ତତ୍ୱରତା ପ୍ରକାଶ କରୁଛନ୍ତି। ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହିତ ସେମାନଙ୍କ ଧାନ ସଂଗ୍ରହ ପ୍ରକ୍ରିୟା ରେ ଯେଭଳି ବିଶୃଙ୍ଖଳା ପରିସ୍ଥିତି ଦେଖାଯିବ ନାହିଁ, ଚାଷୀ ଯେଭଳି ଉଚିତ ମୂଲ୍ୟ ପାଇବେ ତାହା ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାକୁ ଧାନ ସଂଗ୍ରହ ୪୪ ଲକ୍ଷ ୮୧ ହଜାର ୨୬୧ କ୍ଵିଣ୍ଟାଲ ଥିବାବେଳେ, ୩୬୧ ମିଲର ଅଂଶଗ୍ରହଣ କରିଛନ୍ତି। ବର୍ତ୍ତମାନ୍ ସୁଦ୍ଧା ୪୯ ହଜାର ୫୨୦ ଜଣ ଚାଷୀଙ୍କ ଠାରୁ ୨୧ ଲକ୍ଷ ୯୭ ହଜାର ୫୬୦ କ୍ଵିଣ୍ଟାଲ ଧାନ ସଂଗ୍ରହ କରାଯାଇ ଏଯାବତ୍ ୪୧ ହଜାର ୫୧୫ ଜଣ ଚାଷୀଙ୍କୁ ୪୨୭ କୋଟି ୨୩ ଲକ୍ଷ ୬୮ ହଜାର ୬୮୦ ଟଙ୍କା ପ୍ରଦାନ କରାଯାଇଛି।

You might also like
error: Content is protected !!