ଜଗଦଳପୁର ସରକାରୀ ଉର୍ନ୍ନତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
କୁକୁଡାଖଣ୍ଡି(ଇ.ରଞନ):-ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଥିବା ସରକାରୀ ଉର୍ନ୍ନତ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଣ୍ଡାଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ,ମୁଖ୍ୟଭକ୍ତା ଭାବେ ନିମଖଣ୍ଡି ଏସ.କେ.ଏସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିକୁଞ୍ଜ ପ୍ରଧାନ, ସଂମାନିତ ଅତିଥି ଭାବେ ନିମଖଣ୍ଡି କ୍ଳଷ୍ଟର ସି.ଆର.ସିସି ଲୋକନାଥ ପାଢ଼ୀ, ଜଗଦଳପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ, ସମିତିସଭ୍ୟ ରବୀନ୍ଦ୍ର ନାଥ ପାତ୍ର, ସ୍ଥାନୀୟ ୧୦ନଂ ଜିଲ୍ଲାପରିଷଦ ସଭ୍ୟା ଭାରତୀ ନାୟକ,ବିଦ୍ୟାଳୟ ସଭାପତି ଆରତୀ ମହାପାତ୍ର ପ୍ରମୁଖ ମଞ୍ଚାସିନ ଶୋଭାବର୍ଦ୍ଧନ ହୋଇ ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ l ଶିକ୍ଷୟତ୍ରୀ ସୁନିତା କୁମାରୀ ଜେନା ଏବଂ କବିତା ଧର ମଞ୍ଚ ସଂଚାଳନ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ l ବିଦ୍ୟାଳୟର ବହୁ ଆବଶ୍ୟକ ଅପୂରଣୀୟ କାର୍ଯ୍ୟର ନଥିବା ରୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାରେ ସମସ୍ୟା ଉପରେ ଗୁରୁତ୍ୱରାପ କରିଯାଇଥିଲା l ମୁଖ୍ୟ ଅତିଥି ଭାବେ ତହସିଲଦାର ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଉପରେ ଆଲୋକପାତ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକବାତା ବରଣ ନିମନ୍ତେ ବିଦ୍ୟାଳୟ ପାରିପାର୍ସିକ ସୁନ୍ଦର ଓ ସୁସ୍ଥ ପରିବେଶ ହେବା ଆବଶ୍ୟକତା ଥିବା କହିଛନ୍ତି ଶ୍ରୀ ନିକୁଞ୍ଜ ପ୍ରଧାନ l ଅନ୍ୟ ସମସ୍ତ ଅତିଥି ମାନେ ବିଦ୍ୟାଳୟର ପିଲାଙ୍କ ଭବିଷ୍ୟତ ଘଟନର ପାଠ ହିଁ ଗୁରୁତ୍ୱପୂର୍ଣ ବହନ କରୁଥିବା ଦର୍ଶାଇଥିଲେ l ବିଦ୍ୟାଳୟର କୁତ୍ରିତ୍ୱ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ହୋଇଥିଲା ପରେ ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଦ୍ୟାଳୟର ସୁନିତା ପଣ୍ଡା, ଚିନ୍ମୟ ପଣ୍ଡା, ଜ୍ୟାତିର୍ମୟୀ ରେଡ୍ଡୀ, ଅମ୍ବ୍ରିତା ସାମଲ, ଗୀତିମୁଗ୍ଧା ସିଂ, ସାଧନା ପାଣି, ଡି.ବେବି, ଆଶାଲତା ସାହୁ, ଅମ୍ବୃତା ପାଣିଗ୍ରାହୀ, ସସ୍ମିତା ପାଢ଼ୀ, ମାଧୁରୀ ପାତ୍ର, ଭାଗ୍ୟ ଗୌଡ଼, ରଶ୍ମି ଦୋରା, ମମତା ଶତପଥୀ, ସୀମାଦ୍ରୀ ସେଠି ସମେତ ବିଦ୍ୟାଳୟ ଅନ୍ୟକର୍ମଚାରି, ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ରେ କାର୍ଯ୍ୟକ୍ରମ ସମାପ୍ତି ହୋଇଯାଇଛି l