ବି.ଏମ୍.ସି ଅଶାନ୍ତ
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ମହନଗର ନିଗମ ବିଭିନ୍ନ କାର୍ଯ୍ୟକୁ ନେଇ ଚିନ୍ତା ଜନକ ଦେଖାଦେଇଛି l ସାଧାରଣ ବୈଠକରେ ତୁ ତୁ ମେ ମେ ଚାଲୁଛି l କିଛି କର୍ପୋରେଟର ଓ କମିଶନରଙ୍କ ମଧ୍ୟରେ କଥା କଟା କଟି ପରି ଯନ୍ତ୍ରଣା ଦେଖାଦେଉଛି l ଏଠାରେ ବିଜେଡ଼ି ର ଦୁଇଟି ଦଳ ରହିଛନ୍ତି l ଏଭଳି ସମସ୍ୟାକୁ ନେଇ ଲୋକେ ଚିନ୍ତାରେ ପଡ଼ୁଛନ୍ତି l ସେଠାରେ ଏଭଳି ଯନ୍ତ୍ରଣା ଚାଲିବା ଯୋଗୁଁ କର୍ମଚାରୀ ହରିଲୁଟ କରିବାରେ ରାସ୍ତା ମିଳୁଛି l ଗୋଟିଏ କର୍ପୋରେଟର ଦଳ କମିଶନରଙ୍କ ନିକଟ ହେଉଥିବା ବେଳେ ଅନ୍ୟ ମାନେ ଧାରଣାରେ ବସୁଛନ୍ତି l ଏଭଳି ଚିତ୍ର ପୂର୍ବରୁ ମଧ୍ଯ ଦେଖାଦେଇଥିଲା l ଧିରେ ଧିରେ ନିଗମ ଅଶାନ୍ତ ଆଡକୁ ମୁହଁ କରୁଛି l ସହରରେ ବହୁ ସମସ୍ୟା ତଥା କୁକୁର, ମଶା, ନାଳ ନର୍ଦ୍ଦମା ସଫେଇ ଏଭଳି ବିଭିନ୍ନ ସମସ୍ୟାରେ ଭିତରେ ଲୋକେ ଉବୁଟୁବୁ ହେଉଛନ୍ତି l