ବ୍ଲକ ସ୍ତରୀୟ କିଶୋର ଓ କିଶୋରୀଙ୍କ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ

ବୁଗୁଡ଼ା,୨୧/୦୧(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବ୍ଲକ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ କିଶୋର ଓ କିଶୋରୀଙ୍କ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବବିତା କୁମାରୀ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡିଓ ଦୂତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ ପ୍ରମୁଖ ଯୋଗ ଦେଇ କିଶୋର ଓ କିଶୋରୀଙ୍କ ସଶକ୍ତିକରଣ , ସୁରକ୍ଷା ଓ ସ୍ବାସ୍ଥ୍ଯ ରକ୍ଷା ସମ୍ପର୍କେ ଆଲୋକପାତ କରିଥିଲେ। ଏ ଅବସରରେ ଉପସ୍ଥିତ କିଶୋର ଓ କିଶୋରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, ନୃତ୍ୟ ଓ ସଙ୍ଗୀତ ଆଦି ବିଷୟରେ ଅନୁଷ୍ଠିତ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭା ଅନ୍ଵେଷଣ ପୂର୍ବକ କୃତି ପ୍ରତିଯୋଗୀଙ୍କୁ ଚୟନ କରିଯାଇ ଅତିଥିଙ୍କ ଦ୍ଵାରା ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରତ୍ଯେକ ସେକ୍ଟରର ଦୁଇ ଜଣ ଲେଖାଏଁ ଅଙ୍ଗନଓ୍ବାଡି କର୍ମୀଙ୍କ ସମେତ କିଶୋର ଓ କିଶୋରୀ ମାନେ ଉପସ୍ଥିତ ରହିଥିଲେ । ବିଭାଗୀୟ ଅଞ୍ଚଳ ପରିଦର୍ଶିକା। ମାନେ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।


You might also like
error: Content is protected !!