କାର ସହ ଦେଶୀ ମଦ ଜବତ : ଜଣେ ଗିରଫ
ନୟାଗଡ଼(ପ୍ରଭାକର ଶିରୋମଣି ) ୨୧ l୧ ଖଣ୍ଡପଡା ବ୍ଳକ ସୀମାନ୍ତ କଣ୍ଟିଲୋ ନିକଟସ୍ଥ ସିଧାମୂଳା ମହାନଦୀ ସେତୁ ମଧ୍ୟ ଦେଇ ବହୁତ ଚୋରା.କାରବାର ଚାଲି ଥିଲା ବେଳେ ନିକାଞ୍ଚନ ସ୍ଥାନ ର ସୁବିଧା ଦେଖି ଅପରାଧୀ ମାନେ ଖସି ପଳାଉଥିବା ଅଭିଯୋଗ ହେଉଛି l ସୂଚନା ଯୋଗ୍ୟ ସିଧାମୁଳା ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ଫାଣ୍ଡି ଠାରୁ ୧୨ କି.ମି ଦୂରରେ ଥିଲାବେଳେ ନିର୍ଭୟ ରେ ଚୋରୀ ଡକାୟତି ଓ ଲୁଟ ଘଟଣା ମାନ ଘଟୁଥିବା କଣ୍ଟିଲୋ ଫାଣ୍ଡିରେ ରେକର୍ଡ କରାଯାଇଥିବା ଜଣାଯାଇଛି । ଏହି ପରିପ୍ରେକ୍ଷୀରେ ଗତ ସୋମବାର ଦେଶୀ ମଦ ନେଇ ଉକ୍ତ ସେତୁ ରାସ୍ତାରେ ବାଣପୁର ଓ କଣ୍ଟିଲୋ ମଧ୍ୟ ଦେଇ ଯାଉଥିଲା ବେଳେ କୌଣସି ସୂତ୍ରରୁ ଖବର ପାଇ ନୟାଗଡ ଅବକାରୀ ବିଭାଗ ଥାନା ଅଧିକାରୀ ଦୀପକ କୁମାର ଜେନା ସଦଳବଳେ ଏହାର ପିଛା କରି ଭାପୁର ବାଇ ପାସ ରାସ୍ତାରେ କାରକୁ ଜବତ କରି ତନ୍ମଧ୍ୟରେ ଥିବା ୪୫୦ ଲିଟର ଦେଶୀ ମଦ ଜବତ କରିବା ସହିତ ମୋବାଇଲ ଜବତ କରିବା ସଙ୍ଗେ ସଙ୍ଗେ ଆସାମୀ ଉମେଶ କୁମାର ସ୍ୱାଇଁ କୁ ଗିରଫ କରିଥିବା ପ୍ରକାଶ l ଏହି ଯାଞ୍ଚ ସମୟରେ ସହକାରୀ ଦେହୁରୀ,ପ୍ର ତ୍ୟୁଷ ରଞ୍ଜନ ଦେହୁରୀ, ଲକ୍ଷ୍ମୀଧର ବେହେରା, ଦେବୀ ପ୍ରସାଦ ପାଣି ଓ ମିତାରାଣୀ ନାୟକ ସହଯୋଗ କରିଥିଲେ l ଗିରଫ ଆସାମୀ ର ଘର କଟକ ଜିଲ୍ଲା ତିଗିରିଆ ଗ୍ରାମରେ ବୋଲି ଜଣାପଡିଛି l