ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ବୁଗୁଡା ,୨୧/୦୧(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ କ୍ରୀଡା ଉତ୍ସବ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର ,ସମ୍ମାନିତ ଅତିଥି ଭାବେ ସିଆରସିସି କିରଣ ବାଳା ତ୍ରିପାଠୀ ଯୋଗ ଦେଇ ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିବା ସହ ପ୍ରତିଯୋଗୀଙ୍କୁ ପ୍ରୋତ୍ସାହିତ କରିଥିଲେ । ସ୍ଥାନୀୟ ବଳଦେବ ମନ୍ଦିରରୁ କ୍ରୀଡା ଜ୍ୟୋତି ଆସି ଉତ୍ସବ ସ୍ଥଳରେ ପହଞ୍ଚିବା ପରେ ମୁଖ୍ଯ ଅତିଥିଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ ସହ ସାମୁହିକ ଶପଥ ପାଠ କରାଯାଇଥିଲା । ତତ୍ପରେ ଦୌଡ଼ , ଲଙ୍ଗଜମ୍ପ୍ , ସଟପୁଟ୍ ଥ୍ରୋ , ଡିସକସ୍ ଥ୍ରୋ ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅମୀୟ ରଞ୍ଜନ ଭୂୟାଁ ଓ ପିପୁଲ୍ସ ହାଇସ୍କୁଲର କ୍ରୀଡା ଶିକ୍ଷକ ବିଶ୍ବେଶ୍ବର ଗିରି ପ୍ରତିଯୋଗିତାଗୁଡିକୁ ପରିଚାଳନା କରିଥିଲା ବେଳେ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିଥିଲେ । ଉକ୍ତ କ୍ରୀଡା ଉତ୍ସବ ସ୍କୁଲ ସ୍କାଉଟ୍ ଗ୍ରୁପର ସହାୟତାରେ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଥିବା ବେଳେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସର ସହଯୋଗ ଦେଖିବାକୁ ମିଳିଥିଲା ।


You might also like
error: Content is protected !!