ରାଜ୍ୟ ଶିକ୍ଷା ବିଭାଗର ପଦକ୍ଷେପକୁ ଶିକ୍ଷା ବଞ୍ଚାଅ ଅଭିଯାନର ସ୍ବାଗତ

ବ୍ରହ୍ମପୁର,(ଭଗବାନ ଦାସ: ଗତ କିଛି ବର୍ଷ ଧରି ଶିକ୍ଷା ବିଭାଗ ଅଧିକାରୀଙ୍କ ଏକଛତ୍ରବାଦ ଓ ମନୋମୁଖି କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ସମ୍ପ୍ରତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜାନୁୟାରୀ 17 ତାରିଖରେ ଜିଲା ଶିକ୍ଷାଧିକାରୀ ମାନଙ୍କ ବଦଳି ବିଜ୍ଞପ୍ତିକୁ ଗଞ୍ଜାମ ଜିଲା ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ସ୍ବାଗତ କରାଯାଇଛି ।ଐଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ ଭଳି ଅନ୍ୟ ଜିଲା ଅଧିକାରୀଙ୍କ ଅହେତୁକ କ୍ଷମତା ବର୍ହିଭୁତ ତଥା ବେଅଆଇନ କାର୍ଯ୍ୟକୁ ହୃଦବୋଧ କରି ନେଇଥିବା ପଦକ୍ଷେପକୁ ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ସାଧୁବାଦ ଜଣାଇ ଦିଅଆଯାଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗଞ୍ଜାମର ବିଦାୟୀ ଡିଇଓଙ୍କ ଏକଛତ୍ରବାଦ ଓ ବେଅଆଇନ କାର୍ଯ୍ୟକଳାପ ବିରୋଧରେ ଗଞ୍ଜାମ ଜିଲା ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ତଥା ଗଞ୍ଜାମ ଗଜିଲାର ସମସ୍ତ ବିଧାୟକମାନଙ୍କୁ ଏକାଧିକବାର ଅଭିଯୋଗ କରାଯାଇଥିଲା। ପୂର୍ବ ଡିଇଓଙ୍କ ଶିକ୍ଷକ ଓ କର୍ମଚାରୀ ମାରଣ ନୀତି ଦ୍ୱାରା ସମଗ୍ର ଜିଲାର ଶୈକ୍ଷିକ ବାତାବରଣ କଳୁଷିତ ହୋଇଯାଇଥିଲା ।ସସ୍ପେଣ୍ଡ ଓ ବହିଷ୍କାର ତାଙ୍କ ପାଇଁ ଏକ ମାମୁଲୀ ନିଷ୍ପତ୍ତି ଥିଲା ଏବଂ ମାନବିକତା ବିହୀନ କାର୍ଯ୍ୟକଳାପର ସେ ଖୁସୀ ମନାଉଥିଲେ। ନୂତନ ଭାବେ ବଦଳୀ ହୋଇ ଆସିଥିବା ଡିଇଓ ମହୋଦୟା ତାଙ୍କର କାର୍ଯ୍ୟକଳାପକୁ ସ୍ବଚ୍ଛ, ସୁନ୍ଦର କରି ଗଢ଼ି ଜିଲାର ଶୈକ୍ଷିକ ବାତାବରଣକୁ ସଜାଡ଼ିବା ପାଇଁ ଉଦ୍ୟମ କରିବେ ଏବଂ ଜିଲା ଶିକ୍ଷା ବଞ୍ଚାଅ ଅଭିଯାନ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିବା ପାଇଁ ଅଭିଯାନର ଏକ ବୈଠକରେ ସଭାପତି ରବି ରଥ, କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ସାଧାରଣ ସମ୍ପାଦକ କାମରାଜୁ ମହାରଣା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅଶୋକ କୁମାର ଦଳାଇ, ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ରଂଜନ ସାହୁ, ମାନସ ରଂଜନ ତ୍ରିପାଠୀ ପ୍ରମୁଖ ଏକ ମିଳିତ ପ୍ରେସ୍ ବିବୃତ୍ତିରେ ପରାମର୍ଶ ଦେଇଛନ୍ତି।

Smart Computer Ad
You might also like
error: Content is protected !!